ରାଜ୍ୟ

ସିଆର୍ ପିଏଫ୍ ଯବାନଙ୍କୁ ମିଳିଲା ଶକ୍ତିଶାଳୀ ଆଇଇଡି ଓ ବିସ୍ଫୋରକ

ସତ୍ୟଶିଖା (ରାଉରକେଲା) ୨୫/୧୧/୨୦୨୦ : ସର୍ଚ୍ଚ ଅପରେସନ୍ ବେଳେ ସୁରକ୍ଷା କର୍ମୀଙ୍କୁ ମିଳିଲା ଶକ୍ତିଶାଳୀ ଆଇଇଡି ସହ ବିସ୍ଫୋରକ । ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ପୂର୍ବାହ୍ନରେ ସିଆର୍ ପିଏଫ୍ ପକ୍ଷରୁ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଥିଲା ।

ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ଅନ୍ତର୍ଗତ ଝାରବେଡ଼ା ରିଜର୍ଭ ଫରେଷ୍ଟ ରେଞ୍ଜ୍ ର କେନ୍ଦ୍ରୀୟାବୁରୁ ପାହାଡ଼ ନିକଟରୁ ୨ଟି ଆଲୁମିନିୟମ୍ କଣ୍ଟେନରରେ ଆମୋନିୟମ୍ ନାଇଟ୍ରେଟ୍ ସହ ଅନ୍ୟାନ୍ୟ ବିସ୍ଫୋରକ ଦ୍ରବ୍ୟ ଖଞ୍ଜା ଯାଇଥିବ ୧୮ ରୁ ୨୦ କିଲୋ ଓ ୧୫ ରୁ ୧୮କିଲୋର ୨ଟି ଶକ୍ତିଶାଳୀ ଆଇଇଡି କୁ ଉଦ୍ଧାର କରିଥିଲେ । ଏଥିସହ ଘଟଣାସ୍ଥଳରୁ ୭ଟି ଇଲେକ୍ଟ୍ରୋନିକ୍ ଡିଟୋନେଟର୍, ୧୨୫ ଗ୍ରାମର ପ୍ଲାଷ୍ଟିକ ବିସ୍ଫୋରକ ଦ୍ରବ୍ୟ,୧.୫ ଲିଟର୍ ଲିକ୍ବିଡ୍ ଏକ୍ସପ୍ଲୋସିଭ, ଇଲେକ୍ଟ୍ରିକାଲ୍ ଓୟାର ସମେତ ଅନ୍ୟାନ୍ୟ ବିସ୍ପୋରକ ପ୍ରସ୍ତୁତକାରୀ ସାମଗ୍ରୀ ଉଦ୍ଧାର କରାଯାଇଛି । ଉଦ୍ଧାର ୨ଟି ଶକ୍ତିଶାଳୀ ଆଇଇଡିକୁ ଜଙ୍ଗଲ ଭିତରେ ହିଁ ଅକାମୀ କରାଯାଇଥିଲା । ଅନ୍ୟାନ୍ୟ ସାମଗ୍ରୀ ଗୁଡ଼ିକ କେ. ବଲାଙ୍ଗ ଥାନାରେ ଜମା କରାଯାଇଛି ।

Show More
Back to top button