ଲକ୍ଷ ଲକ୍ଷ ଟଙ୍କାର ରୋଜଗାର ନିଜ ଘର ଛାତରୁ

ସତ୍ୟଶିଖା (ନୂଆଦିଲ୍ଲୀ) ୨୪/୧୧/୨୦୨୦ : ଯଦି ଆପଣଙ୍କ ଘରର ଛାତ ଖାଲି ପଡ଼ିଛି ତେବେ ଆପଣଙ୍କ ପାଖରେ ଆୟ କରିବାର ଭଲ ସୁଯୋଗ ରହିଛି । ଆଜି ଆପଣଙ୍କୁ ଏପରି କିଛି ବିଜନେସ୍ ଆଇଡିଆ ବିଷୟରେ କହିବା,ଯାହା ଜରିଆରେ ଆପଣ ସହଜରେ ଲକ୍ଷପତି ହୋଇ ପାରିବେ । ଏହି ବିଜନେସ୍ ଆପଣଙ୍କୁ ଘରେ ବସି ଲକ୍ଷପତି କରାଇବ । ଏଥିପାଇଁ ଆପଣଙ୍କୁ ଅଧିକ ଇନଭେଷ୍ଟମେଣ୍ଟ୍ ମଧ୍ୟ କରିବାକୁ ପଡ଼ିବ ନାହିଁ । ଏଥିପାଇଁ ଅଳ୍ପ ସାବଧାନତା ଅବଲମ୍ବନ କରିବାକୁ କରିବାକୁ ପଡ଼ିବ । ଆସନ୍ତୁ ଜାଣିବା କିପରି ଆପଣ ଏହି ବ୍ୟବସାୟ ଆରମ୍ଭ କରିବେ ।
୧.ସୋଲାର ପ୍ୟାନେଲ୍ ଲଗାଇ କରିବେ ଆୟ : ସୋଲାର ପ୍ଲାଣ୍ଟ୍ ବିଜନେସକୁ ସରକାର ମଧ୍ୟ ଗୁରୁତ୍ବ ଦେଉଛନ୍ତି । ଏପରି କ୍ଷେତ୍ରରେ ଯଦି ଆପଣ ନିଜ ବିଲଡିଂର ଛାତ ଉପରେ ସୋଲାର ପ୍ଲାଣ୍ଟ୍ ଲଗାଇବାକୁ ଚାହୁଁଛନ୍ତି ତେବେ ଏହା କେବଳ ଆପଣଙ୍କ ବିଜୁଳି ବିଲ୍ ବଞ୍ଚାଇବ ନାହିଁ ବରଂ ଆୟ ମଧ୍ୟ କରାଯାଇପାରିବ ।
ଏହା ବ୍ୟତୀତ ଆପଣ ଟେରିସ୍ ଫାର୍ମିଂ ଜରିଆରେ ମଧ୍ୟ ଆୟ କରିପାରିବେ । ଏଥିପାଇଁ ବିଲଡିଂ ଛାତରେ ଗ୍ରୀନ୍ ହାଉସ୍ କରିବାକୁ ପଡ଼ିବ । ଏଠାରେ ଆପଣ ପଲିବ୍ୟାଗରେ ପରିବା ମଧ୍ୟ ଲଗାଇ ପାରିବେ ଏବଂ ଡ୍ରିପ୍ ସିଷ୍ଟମ ଦ୍ୱାରା ନିରନ୍ତର ସିଞ୍ଚନ କରାଯାଇପାରିବ । କିନ୍ତୁ ଏଥିପାଇଁ ଖାସ୍ ଦେଖାଶୁଣା କରିବାର ଆବଶ୍ୟକତା ରହିଛି ।୨. ମୋବାଇଲ୍ ଟାଓ୍ବାର ଲଗାଇ କରିବେ ଆୟ : ଯଦି ଆପଣଙ୍କ ବିଲଡିଂର ଛାତ ଖାଲି ରହିଛି ତେବେ ଆପଣ ତାହାକୁ ମୋବାଇଲ୍ କମ୍ପାନୀକୁ ଭଡ଼ାରେ ଦେଇ ପାରିବେ । ମୋବାଇଲ୍ ଟାଓ୍ବାର ଲଗାଇବା ପରେ ଆପଣଙ୍କୁ କମ୍ପାନୀ ତରଫରୁ ପ୍ରତି ମାସରେ କିଛି ଟଙ୍କା ଦିଆଯାଇଥାଏ । ଏଥିପାଇଁ ଆପଣଙ୍କୁ ସ୍ଥାନୀୟ ନଗର ନିଗମରୁ ଅନୁମତି ନେବାକୁ ପଡ଼ିବ ।
୩. ହୋର୍ଡ଼ିଂ ଲଗାଇ କରିପାରିବେ ଆୟ : ଯଦି ଆପଣଙ୍କ ବିଲଡିଂ ଏପରି ଲୋକେସନରେ ରହିଛି ଯାହା ଦୂରରୁ ସହଜରେ ଦେଖି ହେଉଥିବ କିମ୍ବା ମେନ ରୋଡ ସହ ଲାଗିଥିବ ତେବେ ଆପଣ ନିଜ ଛାତରେ ହୋର୍ଡ଼ିଂ ଲଗାଇ ଭଲ ଟଙ୍କା ପାଇ ପାରିବେ । ପ୍ରତି ସହରରେ ଏପରି ଆଡଭରଟାଇଜିଂ ଏଜେନ୍ସି ରହିଛି ଯାହା ଆଉଟଡୋର ଆଡଭରଟାଇଜିଂ କାମ କରିଥାଏ ।
ଆପଣ ଏହି ଏଜେନ୍ସି ସହ ଯୋଗାଯୋଗ କରି ପାରିବେ ଯାହା ସବୁ ପ୍ରକାରର କ୍ଲିୟରାନ୍ସ ନେଇ ଆପଣଙ୍କ ଛାତ ଉପରେ ହୋର୍ଡ଼ିଂ ଲଗାଇବ ।