ବିଦେଶ

ଇଟାଲୀରେ ପୁଣି ୬୦୨ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୬ ହଜାର ପାର

ରୋମ: ମହାମାରୀ କରୋନା ଭାଇରସ ଇଟାଲୀରେ ତାଣ୍ଡବ ରଚି ଚାଲିଛି। କରୋନାରେ ଆକ୍ରାନ୍ତ ହୋଇ ପୁଣିଥରେ ଇଟାଲୀରେ ୬୦୨ ଜଣଙ୍କ ଜୀବନ ଯାଇଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬ ହଜାର ଅତିକ୍ରମ କରିଯାଇଛି।

ଚାଇନା ସ୍ଥିତି ସୁଧୁରୁଥିବା ବେଳେ ଇଟାଲୀ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ତଥାପି ରବିବାର ଅପେକ୍ଷା ସୋମବାର ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବାରୁ ଲୋକମାନେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୬୦୨ ଜଣଙ୍କ ଜୀବନ ଯିବାରୁ ଏଠାରେ ମୃତ୍ୟୁସଂଖ୍ୟା ୬୦୭୭ରେ ପହଞ୍ଚି ଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୬୩,୯୨୮ ଛୁଇଁଛି। ୭,୪୩୨ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ବିଭିନ୍ନ ହସ୍ପିଟାଲରେ ୫୦,୪୧୮ ଜଣ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୩,୨୦୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା କ୍ରମାଗତ ଦ୍ୱିତୀୟ ଦିନ ପାଇଁ ହ୍ରାସ ପାଇଛି। ଶନିବାର ଦିନ ଏଠାରେ ମାତ୍ର ୨୪ ଘଣ୍ଟାରେ ୭୯୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ସାରା ବିଶ୍ୱରେ ସର୍ବାଧିକ। କରୋନାର ପ୍ରାଣ କେନ୍ଦ୍ର ଚାଇନା ହୋଇଥିଲେ ହେଁ ଗୋଟିଏ ଦିନରେ କେବେ ହେଲେ ଏଠାରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟି ନଥିଲା।

ହେଲେ ୟୁରୋପୀୟ ଦେଶ ଇଟାଲୀ ସ୍ଥିତି ଚାଇନାଠାରୁ ମଧ୍ୟ ବଳି ଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ଇଟାଲୀ ସରକାର ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରିବା ସହ ସୀମାକୁ ସିଲ କରିଦେଇଛନ୍ତି। ତଥାପି ପ୍ରତିଦିନ ଏଠାରେ ଶହଶହ ଲୋକଙ୍କ ଜୀବନ ଯିବାରେ ଲାଗିଛି।

[ad_2]
Show More
Back to top button