ଦେଶବିଦେଶସ୍ୱାସ୍ଥ୍ୟ

ଆମେରିକାରେ ଆରମ୍ଭ ହେବ କରୋନା ଟିକାକରଣ

ସତ୍ୟଶିଖା (ଓ୍ୱାଶିଂଟନ) ୨୩/୧୧/୨୦୨୦ :   ଆମେରିକାରେ ଡିସେମ୍ବର ୧୧ କିମ୍ବା ୧୨ ତାରିଖରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ହ୍ୱାଇଟ୍ ହାଉସ୍ ତରଫରୁ ଏହି ସୂଚନା ଦିଆଯାଇଛି । ଶୁକ୍ରବାର ଆମେରିକାର ଔଷଧ କମ୍ପାନୀ ଫାଇଜର୍ ଓ ଜର୍ମାନୀରେ ଏହାର ସହଯୋଗୀ କମ୍ପାନୀ ବାୟୋଏନଟେକ୍ ନିଜ କୋଭିଡ-୧୯ ଭାକସିନକୁ ବ୍ୟବହାର କରିବା ପାଇଁ ଖାଦ୍ୟ ଓ ଔଷଧୀୟ ପ୍ରଶାସନ ଏଫଡିଏରେ ଆବେଦନ କରିଥିଲା । ଏଫଡିଏର ଟିକା ସମ୍ବନ୍ଧିତ ସମିତିର ବୈଠକ ଆସନ୍ତା ୧୦ରେ ଅନୁଷ୍ଠିତ ହେବ ।

ଆମେରିକାରେ କରୋନା ଟିକାକରଣ କାର୍ଯ୍ୟକ୍ରମର ମୁଖ୍ୟ ଡାକ୍ତର ମୋନସେଫ୍ ସ୍ଲାଉ୍ କହିଛନ୍ତି ଯେ, ଯୋଜନାକୁ ମଞ୍ଜୁରୀ ମିଳିବାର ୨୪ ଘଣ୍ଟା ମଧ୍ୟରେ ଭାକସିନକୁ ଟିକାକରଣ କାର୍ଯ୍ୟକ୍ରମ ସ୍ଥଳରେ ପହଁଚାଯିବ । ମଞ୍ଜୁରୀ ମିଳିବାର ଦୁଇଦିନ ପରେ ଡିସେମ୍ବର ୧୧ କିମ୍ବା ୧୨ରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ।ସ୍ପୁଟନିକ-୫ର ସୂଚନା ଅନୁସାରେ, ଏହାର ଦାମ୍ ଫାଇଜର ଓ ମୋଡେର୍ଣ୍ଣାରୁ କମ୍ ରହିବ । ଫାଇଜରର ଦାମ୍ ୧୪୪୬.୧୭ ଓ ମୋଡେର୍ଣ୍ଣାର ଦାମ୍ ଟାରୁ ୧୮୫୪ରୁ ୨୭୪୪ ଟଙ୍କା କମ୍ ରହିବ ସୁଟନିକ-୫ର ଦାମ୍ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ପୁଟନିକ-୫, ଫାଇଜର ଓ ମୋଡେର୍ଣ୍ଣାର ଦୁଇଟି ଡୋଜ୍ ଆବଶ୍ୟକ ।

Show More
Back to top button