

ସତ୍ୟଶିଖା (ନୂଆଦିଲ୍ଲୀ) ୨୦/୧୧/୨୦୨୦ : ନେଟଫ୍ଲିକ୍ସ୍ ଭାରତରେ ଦୁଇ ଦିନ ଯାଏଁ ଫ୍ରି ସର୍ଭିସ୍ ଦେବ ବୋଲି ଘୋଷଣା କରିଛି । ନେଟଫ୍ଲିକ୍ସ୍ ଷ୍ଟ୍ରିମ୍ ଫେଷ୍ଟ୍ ଆଧାରରେ ଏହି ଫ୍ରି ସର୍ଭିସ୍ ଦିଆଯିବ ବୋଲି କମ୍ପାନୀ କହିଛି ।
ଏହି ଷ୍ଟ୍ରିମ୍ ଫେଷ୍ଟରେ ଭାରତରେ ନେଟଫ୍ଲିକ୍ସର ପ୍ରିମିୟମ କଣ୍ଟେଣ୍ଟ୍ ଦେଖିହେବ । ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ । କିନ୍ତୁ ଏଥିପାଇଁ ସର୍ଭିସ୍ ଆଇଡି କିମ୍ବା ଓ ନମ୍ବର ଜରିଆରେ ସାଇନ୍ ଅପ୍ କରିବାକୁ ହେବ । ନେଟଫ୍ଲିକ୍ସର କହିବାନୁସାରେ, ଦୁଇ ଦିନ ଯାଏଁ ୟୁଜର୍ସଙ୍କ ପାଖରେ ସମସ୍ତ ଫିଚର୍ସକୁ ଆକସେସ୍ କରିବା ପାଇଁ ଅନୁମତି ମିଳିବ ଯାହା କେବଳ ପ୍ରିମିୟମ ୟୁଜରଙ୍କୁ ଦିଆଯାଏ । ସାଇନ୍ ଅପ୍ କରିବା ପାଇଁ ଡେବିଟ୍ ଓ କ୍ରେଡିଟ୍ କାର୍ଡର ଡିଟେଲ୍ସ ମଧ୍ୟ ଦେବାକୁ ପଡିବ ନାହିଁ ।
କମ୍ପାନୀ ଆହୁରି ମଧ୍ୟ କହିଛି ଯେ, ନେଟଫ୍ରିକ୍ସ ଆକାଉଣ୍ଟରୁ ସ୍ମାର୍ଟଫୋନ୍, ଟିଭି, ଆଇଓଏସ ଡିଭାଇସ, ଗେମିଂ କନସୋଲ୍ ଆଦିରେ କଣ୍ଟେଣ୍ଟ୍ ଦେଖିହେବ । ଏହାସୁ ସ୍ମାର୍ଟଫୋନରୁ ଟିଭିକୁ କାଷ୍ଟ୍ କରିହେବ । ଭାରତରେ ଡିସେମ୍ବର ୫ ରାତି ୧୨.୦୧ରୁ ୬ ଡିସେମ୍ବର ୧୧ଟା ୫୯ ଯାଏଁ ନେଟଫ୍ଲିକ୍ସ ଫ୍ରି ରହିବ । ଯଦି ଷ୍ଟ୍ରିମ୍ ଫେଷ୍ଟ ସମୟରେ ୟୁଜରଙ୍କ ସଂଖ୍ୟା ଲିମିଟ୍ ରହେ ତେବେ କମ୍ପାନୀ ଆଗୁଆ ସୂଚନା ଦେବ ।