ଖେଳ

ପୁଣି ବାପା ହେଲେ ସୁରେଶ ରାଇନା

ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱ ଏବେ କଠିନ ସମୟ ଦେଇ ଗତି କରୁଛି। କିନ୍ତୁ ଏଭଳି ସମୟରେ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କୁ ଜୀବନର ବଡ଼ ଖୁସି ଖବର ମିଳିଛି। ସୋମବାର ରାଇନାଙ୍କ ପତ୍ନୀ ପ୍ରିୟଙ୍କା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଫଳରେ ରାଇନା ଦ୍ୱିତୀୟଥର ପାଇଁ ବାପା ହେବାର ଗୌରବ ଲାଭ କରିଛନ୍ତି। ଖୋଦ୍ ରାଇନା ସୋଶାଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଏହି ଖବର ପ୍ରକାଶିତ ହେବା ପରେ ରାଇନାଙ୍କୁ ଚାରିଆଡ଼ୁ ଶୁଭେଚ୍ଛା ସୁଅ ମିଳିଛି।

ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳୁଥିବା ରାଇନାଙ୍କ ସାଥୀ ଖେଳାଳି ହରଭଜନ ସିଂହ ଟ୍ୱିଟ୍ ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହରଭଜନଙ୍କ ଠିକ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟ ନିଆରା ଟ୍ୱିଟ୍ କରି ରାଇନାଙ୍କୁ ଶୁଭେଚ୍ଛା ଜଣାଇଛି। ରାଇନା ଓ ପ୍ରିୟଙ୍କାର ବିବାହ ଏପ୍ରିଲ୍ ୩, ୨୦୧୫ରେ ହୋଇଥିଲା। ରାଇନା ୨୦୧୫ ବିଶ୍ୱକପ୍ ଖେଳୁଥିବା ବେଳେ ତାଙ୍କ ମା’ ଏହି ବିବାହ ପକ୍କା କରିଥିଲା। ଦୁହେଁ ପିଲାଦିନରୁ ହିଁ ପରସ୍ପରକୁ ଭଲଭାବେ ଜାଣିଥିଲେ।

ଆହୁରି ପଢ଼ନ୍ତୁ

ବିବାହ ପୂର୍ବରୁ ପ୍ରିୟଙ୍କା ନେଦରଲ୍ୟାଣ୍ଡରେ ଏକ ବ୍ୟାଙ୍କରେ ଚାକିରି କରୁଥିଲେ। ବର୍ତ୍ତମାନ ସେ ସଫ୍ଟୱେର୍ ଇଞ୍ଜିନିୟର୍ ଏବଂ ସମାଜସେବୀ ମଧ୍ୟ ଅଛନ୍ତି। ରାଇନା ଓ ପ୍ରିୟଙ୍କା ୨୦୧୬ରେ ପ୍ରଥମ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ, ଯାହାର ନାଁ ଗ୍ରେସିଆ ରଖାଯାଇଥିଲା। ବର୍ତ୍ତମାନ ରାଇନା ଭାରତୀୟ ଦଳରୁ ଦୂରରେ ଅଛନ୍ତି। ରାଇନା ଶେଷଥର ପାଇଁ ୨୦୧୮ ଜୁଲାଇ ମାସରେ ଭାରତ ପକ୍ଷରୁ ଖେଳିଥିଲେ। ୨୦୧୧ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ଥିବା ରାଇନା ୨୦୧୯ ଆଇପିଏଲ୍ ପରଠାରୁ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ଖେଳିନାହାନ୍ତି।



[ad_2]

Show More
Back to top button