ରାଜ୍ୟ

କରୋନା ଗାଇଡଲାଇନ ନ ମାନିଲେ କେସ୍‌ ହେବ, ଆରେଷ୍ଟ ହେବ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): କରୋନା ଲାଗି ଜାରି କରାଯାଇଥିବା ଗାଇଡ଼ ଲାଇନ ମାନ ନହେଲେ କାର୍ଯ୍ୟାନୁଷ୍ଠାନ । କେଶ ହେବ।  ଆରେଷ୍ଟ ମଧ୍ୟ ହେବ। ଆଜି ରାଉରକେଲା ପୁଲିସ ପକ୍ଷରୁ ଏପରି ଚେତାବନୀ ଦିଆଯାଇଛି । ରାଉରକେଲାରେ ଲକ୍‌ ଡାଉନ ଚାଲିଥିବା ବେଳେ କେତେକ ବ୍ୟବସାୟ ପ୍ରତିଷ୍ଠାନ ଏହାର ଉଲ୍ଲଘଂନ କରିଥିଲେ।

ଆହୁରି ପଢ଼ନ୍ତୁ

ଏଥିପାଇଁ ରାଉରକେଲା ପୁଲିସ୍‌ ଲୋକଙ୍କୁ ସଚେତନ କରିବା ପାଇଁ ଏପରି ଚେତାବନୀ ଦେଇଛି। ଏହାସହ ରାସ୍ତାରେ ବୁଲୁଥିବା କିଛି ଲୋକଙ୍କୁ ବୁଝାଇସୁଝାଇ ନିଜ ଘରକୁ ଫେରାଇଦେଇଛି ପୁଲିସ୍। ରାଉରକେଲା ଏସ୍‌ପି ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ସହରର ମୁଖ୍ୟ ମାର୍ଗରେ ଲକ୍ ଡାଉନ ବ୍ୟବସ୍ଥାର ତଦାରଖ କରିବା ସହ ଲୋକମାନଙ୍କୁ ନିଜ ନିଜ ଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।

ରାସ୍ତାରେ ବଜ଼ାରରେ ଯେତେ କମ୍ ଲୋକ ରହିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ପୁଲିସ ଅଧିକାରୀ ମାନଙ୍କୁ ଦୃଷ୍ଟି ଦେବାକୁ ଏସ୍ପି ନିର୍ଦ୍ଦେଶ ଦେଇଛନ୍ତି। ଅଧିକାଂଶ ଲୋକେ ଲକଡାଉନ ଗାଇଡ଼ ଲାଇନ ମାନୁଥିବା ବେଳେ ଅନ୍ୟମାନଙ୍କୁ ଏହାକୁ ପାଳନ କରିବାକୁ ନିବେଦନ କରାଯାଇଛି।

[ad_2]
Show More
Back to top button