ଘରକରଣାଜୀବନମନ୍ତ୍ରଦେଶନ୍ୟୁଜ୍ବାଣିଜ୍ୟରାଜ୍ୟସ୍ପେଶାଲ୍ ରିପୋର୍ଟ

ବଦଳିଲା ଇଣ୍ଡେନ୍ ଗ୍ୟାସ୍ ସିଲିଣ୍ଡର୍ ବୁକିଂ ନିୟମ

ସତ୍ୟଶିଖା (ନୂଆଦିଲ୍ଲୀ) ୩/୧୧/୨୦୨୦ : ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଉପଭୋକ୍ତାଙ୍କ ପାଇଁ ନଭେମ୍ବର ୩ ତାରିଖରୁ ନୂଆ ସେବା ଆରମ୍ଭ କରିଛି । ଏହି ସେବା ସରକାରୀ ଗ୍ୟାସ୍ କମ୍ପାନୀ ଇଣ୍ଡେନ ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଆରମ୍ଭ ହୋଇଛି । ଇଣ୍ଡେନ୍ ଉପଭୋକ୍ତା ଆଜିଠାରୁ, ଅର୍ଥାତ ନଭେମ୍ବର ୩ ତାରିଖରୁ ଟୋଲ୍ ଫ୍ରି ନମ୍ବର୍ ମାଧ୍ୟମରେ ଗ୍ୟାସ୍ ବୁକିଂ କରିପାରିବେ । ମନ୍ତ୍ରାଳୟ ଇଣ୍ଡେ୍ନ ଗ୍ୟାସ୍ ଗ୍ରାହକଙ୍କ ପାଇଁ ନୂଆ ନମ୍ବର 7718955555 ଜାରି କରିଛି । ବର୍ତ୍ତମାନ ଏହି ନମ୍ବର୍ ଜରିଆରେ ଘରେ ବସି ଗ୍ୟାସ୍ ବୁକିଂ କରିପାରିବେ । ସିଲିଣ୍ଡର ବୁକିଂ ସୁବିଧା ୨୪*୭ ଉପଲବ୍ଧ ।ଏବେ ସୁଦ୍ଧା ସମସ୍ୟା ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଅଲଗା ଅଲଗା ନମ୍ବର ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଏହିସବୁ ନମ୍ବର ବନ୍ଦ କରି ଦିଆଯାଇଛି । ବର୍ତ୍ତମାନ ସାରା ଦେଶ ପାଇଁ ଗୋଟିଏ ନମ୍ବର ଲାଗୁ କରାଯାଇଛି । ଇଣ୍ଡେନ୍ ଗ୍ରାହକ ବର୍ତ୍ତମାନ ଏହି ଟୋଲ୍ ଫ୍ରି ନମ୍ବରରେ କଲ୍ କରି ଗ୍ୟାସ୍ ବୁକିଂ କରିପାରିବେ । ମନ୍ତ୍ରାଳୟ ସୂଚନା ଦେଇଛି ଯେ, ଯଦି କୌଣସି ଉପଭୋକ୍ତା ନିଜ ଅଞ୍ଚଳରେ ଅନ୍ୟ ଟେଲିକମ୍ ସର୍କିଲକୁ ଚାଲିଯାଏ ତାହେଲେ ଏହି ନମ୍ବର ଜରିଆରେ ଗ୍ୟାସ୍ ସିଲିଣ୍ଡର୍ ବୁକିଂ କରିପାରିବେ । ଏଥିପାଇଁ ଉପଭୋକ୍ତାଙ୍କୁ ଏସଏମଏସ୍ କିମ୍ବା ଆଇବିଆରଏସ ଜରିଆରେ ଗ୍ୟାସ୍ ସିଲିଣ୍ଡର୍ ବୁକିଂ କରିବାକୁ ହେବ । ବର୍ତ୍ତମାନ ଇଣ୍ଡେନ୍ ଉପଭୋକ୍ତା କେବଳ ନିଜର ପଞ୍ଜିକୃତ ମୋବାଇଲ୍ ନମ୍ବରରୁ ହିଁ ସିଲିଣ୍ଡର୍ ବୁକିଂ କରିପାରିବେ ।ଘରେ ବ୍ୟବହାର ହେଉଥିବା ସିଲିଣ୍ଡର୍ ଚୋରି ରୋକିବାକୁ ଏବଂ ସିଲିଣ୍ଡର କଳାବଜାରୀ ରୋକିବାକୁ ନୂଆ ଏଲପିଜି ସିଲିଣ୍ଡର୍ ଡେଲିଭରି ସିଷ୍ଟମ ଲାଗୁ ଲରାଜାଇଛି । ଏହି ନୂଆ ନିୟମ ଅନୁସାରେ ନଭେମ୍ବର ୧ ତାରିଖରୁ ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ନେଇ ଡେଲିଭରି ବଏ ଆପଣଙ୍କ ଘରକୁ ଆସିଲେ ତାକୁ ଆପଣଙ୍କ ଓଟିପି ଦେଖାଇବାକୁ ହେବ ଯାହା ଆପଣଙ୍କ ମୋବାଇଲକୁ ଆସିଥିବ । ଓଟିପି ଡେଲିଭରି ବଏକୁ ନ ଦେଖାଇବା ଯାଏଁ ସିଲିଣ୍ଡର ଡେଲିଭର ହେବନାହିଁ ।

Show More
Back to top button