ଶ୍ରମିକଙ୍କ ଧାରଣା ସାରୁଅ ତରଙ୍ଗ ଷ୍ଟୁଡିଓ ଫାଟକ ସମ୍ମୁଖରେ


ସତ୍ୟଶିଖା (ଖୋର୍ଦ୍ଧା) ୨/୧୧/୨୦୨୦ : ଖୋର୍ଦ୍ଧା ସାରୁଅରେ ଥିବା ତରଙ୍ଗ ଷ୍ଟୁଡିଓ ଫାଟକ ସମ୍ମୁଖରେ ଶ୍ରମିକମାନଙ୍କ ଧାରଣା ଦ୍ବିତୀୟ ଦିନରେ ପହଞ୍ଚିଛି । ରବିବାର ସକାଳ ୮ଟାରୁ ତରଙ୍ଗ ଷ୍ଟୁଡିଓର ଠିକା ଶ୍ରମିକମାନେ ଧାରଣାରେ ବସିଛନ୍ତି । ତରଙ୍ଗ ଷ୍ଟୁଡିଓରେ ଶ୍ରମିକମାନଙ୍କୁ ତରଙ୍ଗ କର୍ତ୍ତୃପକ୍ଷ ଗାଳିଗୁଲଜ, ଧମକ ଚମକ ଦେବା ସହ କାମ ବନ୍ଦ କରିବା ନେଇ କହୁଥିବା ଅଭିଯୋଗ ହୋଇଛି । ଶ୍ରମିକମାନଙ୍କୁ ଉପଯୁକ୍ତ ଦରମା ଦେଉନଥିବା ମଧ୍ୟ ଅଭିଯୋଗ ହୋଇଛି । ଫଳରେ ତରଙ୍ଗ ଷ୍ଟୁଡିଓରେ କାମ କରୁଥିବା ଶ୍ରମିକମାନେ ଧାରଣା ଦେଇଛନ୍ତି । ପୂର୍ବରୁ ତରଙ୍ଗ ଷ୍ଟୁଡିଓରେ କାମ କରୁଥିବା ଶ୍ରମିକମାନଙ୍କୁ ଗାଳିଗୁଲଜ, ଧମକ ଚମକ ଅଭିଯୋଗରେ ବାଘମାରୀ ପୋଲିସ ଓଡିଶା ଇମ୍ଫ୍ରାର ସାଇଟ୍ ଇଞ୍ଜିନିୟର ଦୀନବନ୍ଧୁ ସାମନ୍ତ ଓ ସୁପରଭାଇଜର ବିଶ୍ବଜିତ୍ ରାଉତରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ରବିବାର ଖୋର୍ଦ୍ଧା ଉପଜିଲ୍ଲାପାଳ ଏବଂ ଶ୍ରମ ଅଧିକାରୀ ଧାରଣାରେ ବସିଥିବା ଶ୍ରମିକମାନଙ୍କୁ ବୁଝା ସୁଝା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶ୍ରମିକମାନଙ୍କ ଧାରଣା ଜାରି ରହିବ ବୋଲି ଧାରଣାରତ ଶ୍ରମିକ କହିଛନ୍ତି ।