ହରପ୍ରିତ୍ ସିଂହ ପ୍ରଥମ ଭାରତୀୟ ମହିଳା ସିଇଓ ଭାବେ ନିଯୁକ୍ତ ହେଲେ ଇଣ୍ଡିଆନ୍ ଏୟାରଲାଇନ୍ସରେ

ସତ୍ୟଶିଖା (ନୂଆଦିଲ୍ଲୀ) ୩୧/୧୦/୨୦୨୦ : ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଇତିହାସ ରଚିଛନ୍ତି ହରପ୍ରିତ ଏ.ଡି.ସିଂହ । ହରପ୍ରିତ୍ ସିଂହ ଏଲାୟନ୍ସ ଏୟାରର (Alliance Air) ପ୍ରଥମ ମହିଳା ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି । ସରକାର ହରପ୍ରିତ୍ ସିଂହଙ୍କୁ ଏୟାର୍ ଇଣ୍ଡିଆର ସହାୟକ ଏଲାୟନ୍ସ ଏୟାର୍ ସିଇଓ ଭାବେ ନିଯୁକ୍ତ କରିଛନ୍ତି । ହରପ୍ରିତ୍ ବର୍ତ୍ତମାନ ଏୟାର ଇଣ୍ଡିଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ବିମାନ ସୁରକ୍ଷା) ଅଛନ୍ତି । ଏଆଇର ସବୁଠାରୁ ବରିଷ୍ଠ କମାଣ୍ଡରମାନଙ୍କ ମଧ୍ୟରେ ନିବେଦିତା ଭସିନ୍ ବର୍ତ୍ତମାନ ଡ୍ରିମଲାଇନ୍ ବୋଇଙ୍ଗ୍ ୭୮୭ ଚଲାଉଛନ୍ତି । ଭସିନଙ୍କ ସ୍ଥାନରେ ହରପ୍ରିତ୍ ଏୟାର ଇଣ୍ଡିଆର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେବେ ।
ଏଆଇ ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦେଶକ ରାଜୀବ ବଂଶଲ ଶୁକ୍ରବାର ଦିନ ଏକ ଆଦେଶ ଜାରି କରି କହିଛନ୍ତି ଯେ ନିବେଦିତା ସିଂହ ଆଗାମୀ ଆଦେଶ ଯାଏଁ ଏଲାୟନ୍ସ ଏୟାରରେ ସିଇଓ ପଦବୀ ସମ୍ଭାଳିବେ । ନିବେଦିତା ଭସିନଙ୍କ ଦକ୍ଷତାକୁ ଦୃଷ୍ଟିରେ ରଖି ତାଙ୍କୁ ଅନ୍ୟ ବିଭାଗର ମୁଖ୍ୟ ଦାୟିତ୍ୱ ମଧ୍ୟ ଦିଆଯାଇଛି । ଏଲାୟନ୍ସ ଏୟାର ବର୍ତ୍ତମାନ (P.S.U ) ସାର୍ବଜନୀନ କ୍ଷେତ୍ର ଭାବେ ହିଁ ରହିବ । ବର୍ତ୍ତମାନ ଏହାକୁ ଏୟାର ଇଣ୍ଡିଆ ସହ ବିକ୍ରି କରାଯିବ ନାହିଁ ।
ଯଦି କ୍ରେତା ମିଳନ୍ତି ଏବଂ ଘରୋଇକରଣ କରାଯାଏ ତାହେଲେ ଏୟାର ଇଣ୍ଡିଆର ପୁରୁଣା ବୋଇଙ୍ଗ ୭୪୭କୁ ଏଲାୟନ୍ସ ଏୟାରକୁ ସ୍ଥାନାନ୍ତରିତ କରାଯିବ । ହରପ୍ରିତ ସିଂହ ପ୍ରଥମ ମହିଳା ପାଇଲଟ ଯାହାଙ୍କୁ ୧୯୮୮ ମସିହାରେ ଏୟାର ଇଣ୍ଡିଆ ଦ୍ୱାରା ଚୟନ କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ସେ ବିମାନ ଉଡାଇ ପାରିନଥିଲେ । କିନ୍ତୁ ଉଡାଣ ସୁରକ୍ଷା କ୍ଷେତ୍ରରେ ସକ୍ରିୟ ରୁହନ୍ତି । ହରପ୍ରିତ ସିଂହ ଭାରତୀୟ ମହିଳା ପାଇଲଟ ଆସୋସିଏସନର ନେତୃତ୍ୱ ମଧ୍ୟ ନେଇଥିଲେ । ଏୟାର ଇଣ୍ଡିଆ ୧୯୮୦ ଦଶକ ଆରମ୍ଭରେ ମହିଳା ପାଇଲଟଙ୍କୁ ନିଯୁକ୍ତ କରିଥିବା ପ୍ରଥମ ଭାରତୀୟ ଏୟାରଲାଇନ୍ସ ଥିଲା । କ୍ୟାପଟେନ୍ ସୌଦାମନି ଦେଶମୁଖ ଭାରତର ପ୍ରଥମ ମହିଳା କମାଣ୍ଡର ଥିଲେ ।






