ନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ

କେନ୍ଦ୍ରାପଡ଼ା ଜିଲ୍ଲା ରେ ନାଗ ସାପ ଉଦ୍ଧାର

ସତ୍ୟଶିଖା (କେନ୍ଦ୍ରାପଡ଼ା) ୩୧/୧୦/୨୦୨୦ : ବିରଳ ସାପ ଉଦ୍ଧାର । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗାଁର ହୃହାନନ୍ଦ ମଲ୍ଲିକଙ୍କ ଘରୁ ଏକ ଧଳା ରଙ୍କର ସାପଟିଏ ଉଦ୍ଧାର ହୋଇଛି । ଖବର ଅନୁଯାୟୀ, ରାଜକନିକା ଗ୍ରାମର ହୃଦାନନ୍ଦ ମଲ୍ଲିକଙ୍କ ଘରେ ଏକ ଧଳା ରଙ୍ଗର ସାପଟିଏ ପଶି ଯାଇଥିଲା । ଯାହାପରେ ଘର ଲୋକେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ତପନ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର  କରିଥିଲେ। ବିରଳ ରଙ୍ଗ ଯୋଗୁଁ ସାପ ଟିକୁ ଚିହ୍ନିବାରେ ସମସ୍ୟା ହେବାରୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ନଳିନୀ ପ୍ରସାଦ ଦାସ ଘଟଣାସ୍ଥଳକୁ ଯାଇଥିଲେ , ଏବଂ ଏହା ଏକ ନାଗ ସାପ ବୋଲି ଚିହ୍ନଟ କରିଥିଲେ । ସାପଟିର ଫୋଟୋ ଏବଂ ଭିଡିଓ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକଙ୍କୁ ପଠାଯାଇଥିଲା । ସାପକୁ ଗାଁ ଠାରୁ ପ୍ରାୟ ୧୫ କିମି ଦୂରରେ ଜନବସତି ନଥିବା ଏକ ପାଣି ନାଳ ନିକଟରେ ଛାଡି ଦିଆଯାଇଛି ।

Show More
Back to top button