JEE Main ଟପ୍ପର ଗିରଫ : ପରୀକ୍ଷାରେ ଅନ୍ୟକୁ ବସାଇ ପାଇଥିଲେ 99.8%

ସତ୍ୟଶିଖା (ଗୁଆହାଟୀ) ୨୯/୧୦/୨୦୨୦ : ଆସାମ ପୋଲିସ୍ J.E.E Main ପରୀକ୍ଷାରେ ଏକ ବଡ଼ ଠକାମିର ଖୁଲାସା କରିଛି । ପୋଲିସ୍ ଜେଇଇରେ ୯୯.୮% ପ୍ରତିଶତ ନମ୍ବର ସହ ଆସାମରେ ଟପ୍ କରିଥିବା ପରୀକ୍ଷାର୍ଥୀ ,ତାଙ୍କ ବାପା ଡାକ୍ତର ଜ୍ୟୋତିର୍ମୟ ଦାସ (ଗୁଆହାଟୀର ଜଣେ ଡାକ୍ତର) ଏବଂ ପ୍ରକ୍ସିର ବ୍ୟବସ୍ଥା କରିଥିବା ଅନ୍ୟ ୩ଜଣଙ୍କୁ ଗିରଫ କରିଛି । ଅଭିଯୋଗ ଅନୁସାରେ ଜେଇଇ ଟପର ନୀଲ ନକ୍ଷତ୍ର ଦାସ ବିନା ପରୀକ୍ଷା ଦେଇ J.E.E Main ପରୀକ୍ଷାରେ ୯୯.୮% ହାସିଲ କରିଥିଲେ । ଅର୍ଥାତ୍ ନୀଲ ନକ୍ଷତ୍ର ଦାସ ସେପ୍ଟେମ୍ବର ୫ତାରିଖରେ ହୋଇଥିବା ପରୀକ୍ଷାରେ ଜଣେ ପ୍ରକ୍ସିର ଉପଯୋଗ କରିଥିଲେ । ଏହି ମାମଲାରେ ବାପା-ପୁଅ ସମେତ ହମେନ୍ଦ୍ର ନାଥ ସରମା,ପ୍ରାଞ୍ଜଲ୍ କଲିତା ଏବଂ ହୀରାଲାଲ ପାଠକ(ଗୁଆହାଟୀ ପରୀକ୍ଷା କେନ୍ଦ୍ର କର୍ମଚାରୀ)ଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁସାରେ ଗୁଆହାଟୀର ମଥୁରା ନଗର ବାସିନ୍ଦା ମିତ୍ରଦେବ ଶର୍ମା ଅଜରା ପୋଲିସ୍ ଷ୍ଟେସନରେ J.E.E Main ଟପ୍ପର ବିରୋଧରେ ନିକଟରେ ଏକ ମାମଲା ରୁଜୁ କରିଥିଲେ ।
ପୋଲିସରେ ରୁଜୁ ହୋଇଥିବା ମାମଲାରେ କୁହାଯାଇଛି ଯେ ପ୍ରକ୍ସି ବ୍ୟବହାର ପାଇଁ J.E.E Main ଟପ୍ପରଙ୍କ ବାପା ଅନେକ ଟଙ୍କା ଖର୍ଚ୍ଚ କରିଥିଲେ । ଏହି ମାମଲା ଆଧାରରେ ଅଜରା ପୋଲିସ୍ ତଦନ୍ତ ଆରମ୍ଭ କରିଛି । କେସ୍ ନମ୍ବର 624/2020 ମାମଲାରେ ଅଜରା ପୋଲିସ୍ ଆଇପିସିର ଧାରା 120(B)/419/420/406 ଏବଂ ଆଇଟି ଆକ୍ଟ R/W 66 D ଅନୁସାରେ ମାମଲା ରୁଜୁ କରାଯାଇଛି ।






