ଖୁବ ଶୀଘ୍ର ଆକର୍ଷଣୀୟ ଇଲେକ୍ଟ୍ରିକ୍ ସାଇକେଲ୍ ଲଞ୍ଚ୍ କରିବ Harley-Davidson


ସତ୍ୟଶିଖା (ନୂଆଦିଲ୍ଲୀ) ୨୮/୧୦/୨୦୨୦ : ହାର୍ଲେ ଡେଭିଡସନ୍ ବଜାରରେ ଇଲେକ୍ଟ୍ରିକ୍ ସାଇକେଲ୍ ଭଳି ବାଇକ୍ ପେଶ୍ କରିଛି । ଏହାର ଡିଜାଇନ୍ ସାଇକେଲ୍ ଭଳି । ହାର୍ଲେ ଡେଭିଡସନ୍ e Bike ଡିଭିଜନକୁ Serial 1 Cycle କମ୍ପାନୀ ନାମରେ ପରିଚୟ ଦେଇପାରେ । ୧୯୦୩ ମସିହାରେ ହାର୍ଲେ ଡେଭିଡସନର ସବୁଠାରୁ ପୁରୁଣା ମୋଟର୍ ସାଇକେଲର ନାଁ Serial Number One ଥିଲା । ଏହି ସାଇକେଲ୍ ପାଇଁ ଏକ ଅଲଗା ଟିମ୍ ପ୍ରସ୍ତୁତ କରାଯାଇଛି । ଏହି ଟିମ୍ ସାଇକେଲ୍ ପ୍ରସ୍ତୁତ କରିବ ।
ଏହି ଇଲେକ୍ଟ୍ରିକ୍ ବାଇକର ବିକ୍ରି ଆସନ୍ତା ବର୍ଷ ମାର୍ଚ୍ଚରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହି ସାଇକେଲ୍ ସମ୍ପର୍କରେ କମ୍ପାନୀ ବର୍ତ୍ତମାନ ଅଧିକ ସୂଚନା ଦେଇନାହିଁ । କିନ୍ତୁ ଫଟୋରେ ନଜର ଆସିବା ଭଳି Serial 1 ରେ ଧଳା ଟାୟାର ଲାଗିଛି । ଏଥିରେ ଟ୍ରାଡିସନାଲ୍ ଚେନ୍ ସହ ପେଡାଲ୍ ମଧ୍ୟ ଦିଆଯାଇଛି । କମ୍ପାନୀ Serial 1 Cycle ସାଇକେଲ ପାଇଁ ଡେଡିକେଟେଡ୍ ୱେବସାଇଟ ମଧ୍ୟ ପ୍ରସ୍ତୁତ କରିଛି । ହାର୍ଲେ ଡେଭିଡସନ୍ Serial 1 Cycle ୱେବସାଇଟରେ କାଉଣ୍ଟଡାଉନ ଟାଇମର ରହିଛି ଯାହା ନଭେମ୍ବର ୧୬ ତାରିଖ ଯାଏଁ ଉପଲବ୍ଧ । ଏହି ସାଇକେଲକୁ ନେଇ କମ୍ପାନୀ ନଭେମ୍ବର ୧୬ ତାରିଖରେ ଅଧିକ ତଥ୍ୟ ସେୟାର କରିପାରେ ବୋଲି କୁହାଯାଉଛି ।
କମ୍ପାନୀ ଅନୁଯାୟୀ, Serial 1 eCycle ର ରାଇଡ ଲମ୍ବା, ଫାଷ୍ଟ ଓ ଇଫର୍ଟଲେସ୍ ହେବ ଯାହା ଅର୍ବନ କମ୍ୟୁଟ ପାଇଁ ସର୍ବୋତ୍ତମ ଅପ୍ସନ୍ ପ୍ରମାଣିତ ହୋଇପାରେ । ଏହି ସାଇକେଲ କିଭଳି କାମ କରିବ ଏବଂ ବଜାରକୁ କେବେ ଆସିବ ସେନେଇ କମ୍ପାନୀ ନଭେମ୍ବରରେ ସୂଚନା ଦେବ । ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ଖବର ଆସିଥିଲା ଯେ ହାର୍ଲେ ଡେଭିଡସନ୍ ଭାରତରେ ବନ୍ଦ ହେବାକୁ ଯାଉଛି । କିନ୍ତୁ ବର୍ତ୍ତମାନ କମ୍ପାନୀ ଭାରତୀୟ ବାଇକ ନିର୍ମାତା ହିରୋ ମୋଟୋକର୍ପ ସହ ପାର୍ଟନରସିପ୍ କରିଛି । ବର୍ତ୍ତମାନ ହାର୍ଲେ ଡେଭିଡସନ୍ ଭାରତରେ ହିରୋ ମୋଟୋକର୍ପ ସହ ମିଶି ବ୍ୟବସାୟ କରିବ ।