ଭାରତୀୟ ବଜାରକୁ ଆସିଲା ହୋଣ୍ଡା H’Ness CB 350

ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୧୦/୨୦୨୦ : ନଭେମ୍ବର ୬ରେ ରୟାଲ୍ ଏନ୍ଫିଲ୍ଡ କ୍ଲାସିକ୍ ମେଟେଓର ୩୫୦ ବଜାରକୁ ପ୍ରବେଶ କରିବ । ଠିକ୍ ଏହା ପୂର୍ବରୁ ରୟାଲ୍ ଏନ୍ଫିଲ୍ଡ କ୍ଲାସିକ୍କୁ ଟକ୍କର ଦେବାକୁ ବଜାରରେ ପହଞ୍ଚିସାରିଛି ହୋଣ୍ଡା ହାଏନେସ୍ ସିବି ୩୫୦(H’ Ness CB 350) । ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ନିଜର ଷ୍ଟାଇଲିଙ୍ଗ ମୋଟରସାଇକେଲ୍ H’Ness CB 350 ଭାରତକୁ ଡେଲିଭରି ଆରମ୍ଭ କରିଛି ।ଯେଉଁ ଗ୍ରାହକ H’Ness CB 350 ପାଇଁ ପୂର୍ବରୁ ଅର୍ଡର ଦେଇଥିଲେ ସେମାନେ ଏହି ପୂଜାରେ ଏହି ବାଇକ୍ର ଭରପୁର ମଜା ଉଠାଇପାରିବେ । ହୋଣ୍ଡା ନିଜର ରେଟ୍ରୋ ଷ୍ଟାଇଲ୍ ବାଇକ୍କୁ ବଜାରରେ ପ୍ରବେଶ କରିବା ପୂର୍ବରୁ ଖୁବ ପ୍ରଚାର କରିଥିଲା । H’Ness CB 350 ପାଇଁ ଗ୍ରାହକଙ୍କ ମନରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ତେବେ ଭାରତୀୟ ବଜାରରେ ରେଟ୍ରୋ ବାଇକ୍ H’Ness CB 350 ପ୍ରବେଶ କରିବା ପରେ ଏହାର ବିକ୍ରି ଅଧିକ ହେବ ବୋଲି ଆଶା କରିଛି କମ୍ପାନୀ ।
ତେବେ ଭାରତରେ ଏହାର ବିକ୍ରି ଦାୟିତ୍ବ ବିଗ୍ଓ୍ବିଙ୍ଗ ନେଟଓ୍ବାର୍କକୁ ଦେଇଛି କମ୍ପାନୀ । ତେବେ ଆପଣ ଚାହିଁଲେ ଏହି ରେଟ୍ରୋ ଷ୍ଟାଇଲ୍ ବାଇକ୍କୁ ୫୦୦ ଟଙ୍କା ଟୋକ୍ନରେ ବୁକ୍ କରିପାରିବେ । H’Ness CB 350 ଦୁଇଟି ଭ୍ୟାରିଏଣ୍ଟରେ ମାର୍କେଟ୍ରେ ଉପଲବ୍ଧ ହେଉଛି । ଡିଏଲଏକ୍ସର ଏକ୍ସ ସୋରୁମ୍ ମୂଲ୍ୟ ୧.୮୫ ଲକ୍ଷ ହୋଇଥିବା ବେଳେ ଡିଏଲଏକ୍ସ ପ୍ରୋର ମୂଲ୍ୟ ୧.୯୦ ଲକ୍ଷ ରହିଛି ।
H’Ness CB 350ରେ ୩୪୮ ସିସିର ସିଙ୍ଗଲ୍ ସିଲିଣ୍ଡର, ଫ୍ୟୁଲ୍ ଇଂଜେକ୍ଟେଡ୍ ଓ ଏୟାର କୁଲ୍ଡ୍ ଇଞ୍ଜିନ୍ ଲାଗିଛି । ଯାହାକୁ ୫ ସ୍ପିଡ୍ ଗିୟରବକ୍ସ ସହ ଯୋଡ଼ାଯାଇଛି । ଏହି ଇଞ୍ଜିନ୍ ୨୦.୮ ଏଚପି ଓ ୩୦ ଏନଏମ୍ ଟର୍କ ଜେନେରେଟ୍ କରିବ । H’Ness CB 350ର ଫିଚ୍ର ବି ଦମଦାର ରହିଛି । ଏଥିରେ ବ୍ଲୁଟୁଥ୍ କନେକ୍ଟିଭିଟି ସୁବିଧା ରହିଛି । ମୋବାଇଲ୍ ଫୋନ୍ ଗାଡ଼ିର ମିଟର ସହ କନେକ୍ଟ କରିହେବ । ଏଥିରେ ବ୍ୟାଟେରି ହେଲ୍ଥ ମନିଟର, ଏଲଇଡି ଲାଇଟ୍ ସିଷ୍ଟମ ରହିଛି । ଏହାସହ ଭଏସ୍ କଂଟ୍ରୋଲ୍ ସିଷ୍ଟମ ଥିବା ବେଳେ ପୂର୍ବରୁ ଏଥିରେ ଡୁଆଲ୍ ହର୍ଣ୍ଣ ଖଞ୍ଜିଛି କମ୍ପାନୀ ।