ଦେଶ

‘ଜନତା କର୍ଫ୍ୟୁକୁ ବିଫଳ କରିବାକୁ ଚାହୁଁଛନ୍ତି ମମତା’

ନୂଆଦିଲ୍ଲୀ: କରୋନା ଭାଇରସ ବ୍ୟାପୁଥିବା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଜନତା କର୍ଫ୍ୟୁ ପାଳନ କରିଛନ୍ତି ଦେଶବାସୀ। ହେଲେ ପଶ୍ଚିମବଙ୍ଗରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିଜେପିର ରାଜ୍ୟସଭା ସାଂସଦ ସ୍ୱପ୍ନ ଦାସଗୁପ୍ତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କର୍ଫ୍ୟୁକୁ ବିଫଳ କରିବା ପାଇଁ ମମତା ବାନାର୍ଜୀ ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

କର୍ଫ୍ୟୁ ବେଳେ କୋଲକାତାରେ ଥିବା ସ୍କୁଲରେ ଚାଉଳ, ଆଳୁ ବଣ୍ଟା ଯାଇଥିବା ରାଜ୍ୟସଭା ସାଂସଦ ସ୍ୱପ୍ନ ଦାସଗୁପ୍ତା ଅଭିଯୋଗ ଆଣିଛନ୍ତି। ଆଜି ସାରା ଦେଶରେ ଜନତା କର୍ଫ୍ୟୁ ପାଳନ ହେଉଥିବା ବେଳେ ମମତା ସରକାର ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଆଳୁ, ଚାଉଳ ବାଣ୍ଟିବା ଜନତା କର୍ଫ୍ୟୁକୁ ବିଫଳ କରିବା ପାଇଁ ପ୍ରୟାସ ବୋଲି ସେ କହିଛନ୍ତି। ପ୍ରମାଣ ସ୍ୱରୂପ ଜିଲ୍ଲା ସ୍କୁଲ ଇନସପେକ୍ଟରଙ୍କ ଚିଠିକୁ ଟୁଇଟ୍ କରି ଶେୟାର କରିଛନ୍ତି ସାଂସଦ ଦାସଗୁପ୍ତା।

ଆଜି ରବିବାର ସହିତ ଜନତା କର୍ଫ୍ୟୁ। ଏହି କାମ ସୋମବାର ମଧ୍ୟ ହୋଇପାରିଥାନ୍ତା ବୋଲି ବିଜେପି ନେତା ଅଭିଯୋଗ ଆଣିଛନ୍ତି। ସାରା ଦେଶ କରୋନା ମୁକାବିଲାକୁ ନେଇ ଚିନ୍ତିତ ଥିବା  ବେଳେ ମମତା ସରକାର ଏହାକୁ ନେଇ ରାଜନୀତି କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।



[ad_2]

Show More
Back to top button