
ସତ୍ୟଶିଖା (ନୂଆଦିଲ୍ଲୀ) ୧୬ /୧୦/୨୦୨୦ : ସ୍ୟାଣ୍ଡଲଉଡ ଡ୍ରଗ୍ କେସରେ ଏବେ ସୁଦ୍ଧା ଅନେକ ବଡ଼ ନାଁ ସାମନାକୁ ଆସିଛି । କେତେକ ପେଡଲରଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହା ସହିତ ଏହି ମାମଲାରେ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀ ଏବଂ ସଞ୍ଜନା ଗଲରାନିଙ୍କୁ ଗିରଫ କରାଯାଇଥିଲା । କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜ ଅଲଭାଙ୍କ ପୁଅ ଆଦିତ୍ୟ ଅଲଭାଙ୍କ ବିରୋଧରେ ମଧ୍ୟ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଗାୟକ ଏବଂ ଅଭିନେତାଙ୍କୁ ଡ୍ରଗ୍ସ ଚାଲାଣ କରିବାର ଅଭିଯୋଗ ରହିଛି ।
ଏବେ ସ୍ୟାଣ୍ଡଲଉଡ ଡ୍ରଗସ ମାମଲାରେ ଭାଇ ଆଦିତ୍ୟ ଅଲଭାଙ୍କ କନେକ୍ସନକୁ ଦେଖି ବେଙ୍ଗାଲୁରୁ ସିଟି କ୍ରାଇମ୍ ବ୍ରାଞ୍ଚ ପ୍ରିୟଙ୍କା ଅଲଭା ଓବେରୟଙ୍କୁ ନୋଟିସ୍ ଦେଇଛି ।ବିବେକ ଓବେରୟଙ୍କ ଘରେ ବେଙ୍ଗାଲୁରୁ ପୋଲିସ୍ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବିବେକ ଓବେରୟଙ୍କ ଶଳା ଆଦିତ୍ୟ ଅଲଭାଙ୍କ ମାମଲାରେ କରାଯାଇଥିଲା । ବେଙ୍ଗାଲୁରୁ ପୋଲିସ୍ ସର୍ଚ୍ଚ ୱାରେଣ୍ଟ ନେଇ ବିବେକ ଓବେରୟଙ୍କ ଜୁହୁ ସ୍ଥିତ ଘରକୁ ପହଞ୍ଚିଥିଲା ।






