ଶୁକ୍ରବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l


ସତ୍ୟଶିଖା ( ଶୁକ୍ରବାର ) ୦୯ .୧୦.୨୦୨୦ :
ମେଷ – ଆପଣ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ବୃଷ – ଆସନ୍ତାକାଲିର ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧପଡ କରିବାକୁ ପଡିବ । କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।
ମିଥୁନ – ପରିସ୍ଥିତିକୁ ଆଖିଆଗରେ ରଖି ଇଚ୍ଛା ନ ଥିଲେ ସୁଧା ହଠାତ୍ ଦୁରକୁ ଯିବାକୁ ପଡିବ । ଆର୍ଥିକ ଅନଟନ ଲାଗି ରହିବା କାରଣରୁ ବିଚଳିତ ବୋଧ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
କର୍କଟ – କେତେକ ଅପ୍ରୀତିକର ପରିସ୍ଥିତି ସାମନା କରି ଆଜି ପରିବାରର କୌଣସି ବ୍ୟକ୍ତିଙ୍କ ମନରେ ସରସତା ଆଗ ଭଳି ରହିବ ନାହିଁ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
ସିଂହ – ଆଗାମୀ ସମୟରେ ପରିସ୍ଥିତି ବିଷୟକୁ ନେଇ ଖସଡା ପ୍ରସ୍ତୁତ କରିପାରନ୍ତି । ବହୁତ ଦିନ ପରେ ଖୋଜୁଥିବା ଜିନିଷ ସନ୍ଧାନ ଡେରିରେ ମିଳିବ । ଶୁଭ ଅଙ୍କ ପିଚ୍ । ଶୁଭ ଅଙ୍କ ୩ ।
କନ୍ୟା – ବିଭିନ୍ନ ପ୍ରକାରର କାରଣକୁ ନେଇ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ତରବର ନ ହୋଇ ଧୀରସ୍ଥିର ମନ ନେଇ କାମ କଲେ ସମସ୍ୟାର ସରଳ ସମାଧାନ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।
ତୁଳା – ବିଭିନ୍ନ ପ୍ରକାରର ଅସୁବିଧା ବିତରେ ଗତି କରୁଥିବାରୁ ଧୀରେ ଧୀରେ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।
ବିଛା – ପାରିବାରିକ କ୍ଷେତ୍ରର କୌଣସି ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରିବ । ଏମିତି କେତେକ ପରିସ୍ଥିତି ଭିତରେ ଚଳିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।
ଧନୁ – ସାମାଜିକ ସ୍ତରର ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ଘରର ବରାଦ ଅନୁଯାୟୀ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।
ମକର – ଜଣେ ବନ୍ଧୁଙ୍କ ସାହାର୍ଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ । ପାଖ ପଡୋଶୀଙ୍କ ସହଯାତ୍ରୀ ହୋଇ ଆଜି ସୁଖଭ୍ରମଣ ଯୋଗ ରହିଛି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।
କୁମ୍ଭ – ଆତ୍ମୀୟସ୍ୱଜନଙ୍କ ସହାୟତାରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।
ମୀନ – ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବେ । ପୁନଶ୍ଚ ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।