ଆଇଆଇଟି ଆଶାୟୀଙ୍କୁ ଆସନ୍ତାବର୍ଷ JEE ଆଡଭାନ୍ସରେ ମିଳିପାରେ ସୁଯୋଗ, କୋଭିଡ-୧୯ ପ୍ରଭାବରୁ ବଦଳିବ ନିଷ୍ପତ୍ତି l


ସତ୍ୟଶିଖା (ନୂଆଦିଲ୍ଲୀ) ୦୮.୧୦.୨୦୨୦ : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜି (ଆଇଆଇଟି)ରେ ସିଟ୍ ପାଇବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଖବର। କୋଭିଡ୍-୧୯ ମହାମାରୀ ପ୍ରଭାବ ଯୋଗୁ J.E.E ଆଡଭାନ୍ସ ପାଇଁ ଅତିରିକ୍ତ ପରୀକ୍ଷା କରିବ ଆଇଇଟି । ଏବେ ସୁଦ୍ଧା ଦି’ଥର ଜେଇଇ ଆଡଭାନ୍ସ ଦେବାର ଅନୁମତି ରହିଛି । କିନ୍ତୁ ଏଥର ଏଥିରେ ବ୍ୟତିକ୍ରମ ଆସିପାରେ । ଅର୍ଥାତ ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ରେଜିଷ୍ଟର କରିଛନ୍ତି କିନ୍ତୁ କରୋନା ପାଇଁ ପରୀକ୍ଷା ଦେଇ ପାରି ନାହାନ୍ତି କିମ୍ବା ଖରାପ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ଆଇଆଇଟି ପରୀକ୍ଷା ପାଇଁ ଅତିରିକ୍ତ ସୁଯୋଗ ପ୍ରଦାନ କରାଯିବ । ତେବେ ଏ ସୁଯୋଗ କେବଳ ଥରୁଟିଏ ପାଇଁ ମିଳିବ ।
ଜଏଣ୍ଟ ଆଡମିଶନ ବୋର୍ଡ (ଜେଏବି) ଯାହା ଜେଇଇ ଆଡଭାନ୍ସ ସମ୍ପନ୍ଧିତ ନିଷ୍ପତ୍ତି ନିଏ ଏ ବାବଦରେ ଅକ୍ଟୋବର ୧୩ରେ ଆଲୋଚନା କରିବ । ଜେଇଇ ଆଡଭାନ୍ସ ୨୦୨୦ ପରିଚାଳନା କରିଥିବା ଆଇଆଇଟି ଦିଲ୍ଲୀର ନିର୍ଦେଶକ ପ୍ରଫେସର ଭି. ରାମଗୋପାଲ ରାଓ କହିଛନ୍ତି ଏହି ସମସ୍ୟା ଜଏଣ୍ଟ ଆଡମିଶନ ବୋର୍ଡର ଏଜେଣ୍ଡା ।ତେବେ ଜେଇଇ ମେନ୍ରେ ଛାତ୍ରଛାତ୍ରୀ କ୍ରମାଗତ ତିନି ବର୍ଷରେ ପରୀକ୍ଷା ପାସ ପ୍ରତିବର୍ଷ ଦୁଇଟି ସୁଯୋଗ ପାଇଥାନ୍ତି । ଗୋଟେ ହେଉଛି ଜାନୁଆରୀ ମାସରେ ଓ ଅନ୍ୟଟି ଏପ୍ରିଲରେ । ଥରେ ପାସ ହେବା ପରେ ଜେଇ ଆଡଭାନ୍ସରେ କେବଳ ଦୁଇଟି ସୁଯୋଗ ମିଳେ ।
ମାତ୍ର ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ଡିମାଣ୍ଡ ଯେ ଜେଇ ଆଡଭାନ୍ସର ଆଟେମପଟ ବଢ଼ାଯାଉ । ସେମାନଙ୍କ ଅଭିଯୋଗ କୋଚିଂ ସେଣ୍ଟର ବନ୍ଦ ଥିବାରୁ ପରୀକ୍ଷା ପାଇଁ ଭଲ ପ୍ରସ୍ତୁତି କରିପାରି ନାହାନ୍ତି ଓ ଷ୍ଟଡି ମ୍ୟାଟେରିଆଲ ମଧ୍ୟ ଉପଲବ୍ଧ ନ ଥିଲା । ଏ ବାବଦରେ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲଙ୍କ ପାଖକୁ ଚିଠି ଲେଖାଯାଇଛି । ଆଇଆଇଟି ଦିଲ୍ଲୀ ନିର୍ଦେଶକ ଛାତ୍ରଛାତ୍ରୀତ୍ରୀଙ୍କ ଅନୁରୋଧ ବାବଦରେ ଚିନ୍ତା କରିଥିବା ସେପ୍ଟେମ୍ବରରେ ସାମାଜିକ ଗଣମାଧ୍ୟମରେ ଜଣାଇଥିଲେ । ସେଥିରେ ସେ କହିଥିଲେ ଜେଇଇ ଆଡଭାନ୍ସ ୨୦୨୦ ଶେଷ ପରେ ହିଁ ଏ ନିଷ୍ପତି ବାବଦରେ ଚିନ୍ତା କରାଯିବ । ଥରେ ଏ ନିଷ୍ପତି ଫାଇନାଲ ହେବା ପରେ ଦୁଇଥର ଜେଇଇ ଆଡଭାନ୍ସ ଦେଇଥିବା ଛାତ୍ରଛାତ୍ରୀ ୨୦୨୧ରେ ଆଉ ଥିରେ ପରୀକ୍ଷା ଦେବାର ସୁଯୋଗ ପାଇବେ ।