ନ୍ୟୁଜ୍
ଖୋର୍ଦ୍ଧା ସହରରେ ହାତୀ ଆତଙ୍କ l


ସତ୍ୟଶିଖା ( ଖୋର୍ଦ୍ଧା ) ୦୮ .୧୦.୨୦୨୦ : ଖୋର୍ଦ୍ଧା ସହରରେ ହାତୀ ଆତଙ୍କ । ରାତିରେ 16 ନଂ ଜାତୀୟ ରାଜପଥରେ ହାତୀପଲଙ୍କୁ ଦେଖିବାକୁ ମିଳିଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଗାଡି ଅଟକି ରହିଥିଲା । ଲୋକମାନେ ଭୟଭୀତ ହୋଇପଡିଥିଲେ । ଅନ୍ୟପଟେ ହାତୀପଲ ବର୍ତ୍ତମାନ ଖୋର୍ଦ୍ଧା ନିକଟସ୍ଥ କାଇପଦର, ଦଳକ, ମାଧପୁର, ଗୋଡା ଗାଁ, ରାମେଶ୍ୱର, ଗୋଳବାଇ କାଇଆ ଗାଁରେ ଉତ୍ପାତ ଆରମ୍ଭ କରିଛନ୍ତି ।
28ଟି ହାତୀପଲ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଗୋଡା ଓ କାଇପଦର ଜଙ୍ଗଲରେ ପଶି ଚାଷୀଙ୍କ ବ୍ୟାପକ ଧାନଫସଲ କ୍ଷତି କରିଛନ୍ତି । ଫଳରେ ଗ୍ରାମବାସୀମାନେ ହାତୀପଲକୁ ଘୋଡାଇ ନିକଟସ୍ଥ ଜଙ୍ଗଲରେ ଛାଡିବା ସହ ବନବିଭାଗକୁ ଖବର ଦେଇଛନ୍ତି । ଯେତେଯାହା କଲେ ବି ହାତୀମାନଙ୍କୁ ଜଂଗଲ ମଧ୍ୟକୁ ତଡିବାରେ ବନବିଭାଗ ବିଫଳ ହୋଇଛି ।