କରୋନା ଭାଇରସରୁ ମଣିଷଙ୍କୁ ରକ୍ଷା କରିବ ଘୋଡା, ପଶୁ ଉତ୍ପନ୍ନ ଆଣ୍ଟିବଡିର କ୍ଲିନିକାଲ ଟ୍ରାଏଲକୁ ମିଳିଲା ମଞ୍ଜୁରୀ

ସତ୍ୟଶିଖା (ନୂଆଦିଲ୍ଲୀ) ୦୭.୧୦.୨୦୨୦: କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ଉପଚାରରେ ପ୍ଲାଜମା ଥେରାପି ସଫଳ ସାବ୍ୟସ୍ତ ହୋଇଛି । ମାତ୍ର ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ (ଆଇସିଏମଆର)କୁ ଏବେ ସାର୍ସ-କୋଭ-୨ ବିରୋଧରେ ପଶୁ ଉତ୍ପନ୍ନ ଆଣ୍ଡବଡ଼ି ଉପରେ କ୍ଲିନିକାଲ ଟ୍ରାଏଲ ପାଇଁ ଡିସିଜିଆଇର ମଞ୍ଜୁରି ମିଳିଛି। ଅନୁମୋଦନ ପରେ ଏବେ ଆଇସିଏମଆର କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ଉପରେ ଏହି ଆଣ୍ଟିବଡ଼ିକୁ ଟ୍ରାଏଲ କରିବ ।
ତେବେ ଖୁବଶୀଘ୍ର ଆଇସିଏମଆର ଘୋଡା ଆଣ୍ଟିବଡ଼ିର କ୍ଲିନିକାଲ ପରୀକ୍ଷଣ କରିବ। ଏହାକୁ ଆଣ୍ଟିସେରା କୁହାଯାଉଛି । ଏହାର ବିକାଶ ଆଇସିଏମଆର ହ୍ରାଇଦାବାଦ ସ୍ଥିତ ଫାର୍ମାସ୍ୟୁଟିକଲ କମ୍ପାନି ବାୟୋଲଜିକାଲ ଇ ଲିମିଟେଡ ସହିତ ମିଶି କରୁଛି । ଅବଶ୍ୟ ଏବେ ସୁଦ୍ଧା ଆଣ୍ଟିସେରାର ମନୁଷ୍ୟ ଉପରେ ପରୀକ୍ଷଣ ହୋଇ ନାହିଁ । ତେବେ ଏ ଆଣ୍ଟିସେରା ଏକପ୍ରକାର ବ୍ଲଡ ସିରମ । ଯେଉଁଥିରେ କୌଣସି ବିଶେଷ ରୋଗାଣୁ ସହ ଲଢ଼ିବା ପାଇଁ ପ୍ରତିରୋଧକ କ୍ଷମତା ତତ୍କାଳ ବଢ଼ାଇବା ପାଇଁ ମଣିଷ ଶରୀରରେ ଏହା ଇଞ୍ଜେକସନ ମାଧ୍ୟମରେ ଦିଆଯାଏ ।
ତେବେ ଆଇସିଏମଆର ନିର୍ଦେଶକ କହିଛନ୍ତି ସେମାନେ ବାୟୋଲଜିକାଲ ଇ ସହ ମିଶି ଗୋଟିଏ ଘୋଡା ଆଣ୍ଟିସେରା ବିକଶିତ କରିଛନ୍ତି । ଏହା ଏକ ଛୋଟ ସି ସିଲ ଗ୍ଲାସ କ୍ୟାପସୁଲ। ଯାହାକୁ ଟ୍ରାଏଲ ସମୟରେ ଦିଆଯିବ ।






