ଅନ୍ୟାନ୍ୟବାସ୍ତୁଶାସ୍ତ୍ର

ପିମ୍ପୁଡି ଦର୍ଶାଇଥାଏ କେମିତି ରହିବ ଆଗାମୀ ସମୟ: ଜାଣନ୍ତୁ ଘରକୁ ପିମ୍ପୁଡି ଆସିବାର ଶୁଭ ଓ ଅଶୁଭ ସଂକେତ l

ସତ୍ୟଶିଖା (ଭୁବନେଶ୍ୱର) ୦୭.୧୦.୨୦୨୦ : ଘରେ ଆପଣ ନାଲି କିମ୍ବା କଳା ପିମ୍ପୁଡି ନିଶ୍ଚୟ ଦେଖିଥିବେ । ଆପଣ ଜାଣିଛନ୍ତି କି ପିମ୍ପୁଡି ଆଗାମୀ ଭବିଷ୍ୟତର ସଂକେତ ମଧ୍ୟ ଦେଇଥାନ୍ତି । ପ୍ରଚଳିତ ବିଶ୍ୱାସ ଅନୁଯାୟୀ, ପିମ୍ପୁଡିକୁ ଦେଖି ଆଗାମୀ ସମୟ ସମ୍ପର୍କରେ ପତା ଲଗାଯାଇପାରିବ । ଘରକୁ ପିମ୍ପୁଡି ପ୍ରବେଶ କରିବା କେତେବେଳେ ଶୁଭ ହୋଇଥାଏ ତ ପୁଣି କେତେବେଳେ ଅଶୁଭ ହୋଇଥାଏ ।ଘରେ ନାଲି କିମ୍ବା କଳା ପିମ୍ପୁଡି ଦେଖାଦେବାର ଅର୍ଥ କଣ ଜାଣନ୍ତୁ :

୧. ଯଦି ଆପଣଙ୍କ ଘରକୁ କଳା ପିମ୍ପୁଡି ଆସୁଛନ୍ତି କିମ୍ବା ଦେଖନ୍ତି ତାହେଲେ ଜାଣିବେ ଆପଣଙ୍କ ଭଲ ସମୟ ଆରମ୍ଭ ହେବାକୁ ଯାଉଛି। କଳା ପିମ୍ପୁଡିର ଆଗମନ ଶୁଭର ପ୍ରତୀକ ।

୨. ଯଦି ଚାଉଳ ରଖାଯାଇଥିବା ପାତ୍ର କିମ୍ବା ଡବାରୁ କଳା ପିମ୍ପୁଡି ବାହାରେ ତାହେଲେ ଧନ ଆଗମନ ଓ ଆର୍ଥିକ ସମସ୍ୟା ଶେଷ ହେବାର ସଂକେତ ଦେଇଥାଏ ।୩. ଯେଉଁଠି ବି କଳା ପିମ୍ପୁଡି ଦେଖିଲେ ତାଙ୍କୁ ଖାଇବାକୁ ଦେବା ଉଚିତ। କଳା ପିମ୍ପୁଡିକୁ ଖିଅବାକୁ ଦେବା ଶୁଭ ବୋଲି କୁହାଯାଏ । କଳା ପିମ୍ପୁଡିଙ୍କୁ ଅଟା, ଚିନି ଆଦି ଖାଇବାକୁ ଦେବା ଉଚିତ ।

୪. ସେହିଭଳି ନାଲି ପିମ୍ପୁଡି ଘରକୁ ଆସିବା ଅଶୁଭ ବୋଲି କୁହାଯାଏ । ନାଲି ପିମ୍ପୁଡି ଘରକୁ ପ୍ରବେଶ କଲେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ବୋଲି କୁହାଯାଏ ।୫. ଯଦି କଳା ପିମ୍ପୁଡି ପାଟିରେ ଦାନା କିମ୍ବା ଅଣ୍ଡା ଧରି ଆସୁଥାନ୍ତି ତାହେଲେ ତାହା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ପାଟିରେ ଦାନା କିମ୍ବା ଅଣ୍ଡା ଧରି ଆସିବା ଅର୍ଥାତ ଘରକୁ ଖୁସି ନେଇ ଆସିବା।

୬. ଦିଗ ଅନୁସାରେ, କଳା ପିମ୍ପୁଡି ଉତ୍ତର ଦିଗ ପଟୁ ଆସିବା ଶୁଭ କୁହାଯାଏ। ନାଲି ପିମ୍ପୁଡି ଯଦି ପୂର୍ବ ଦିଗରୁ ଆସନ୍ତି ତାହେଲେ ଶୁଭ ବୋଲି କୁହାଯାଏ। ଯଦି ପିମ୍ପୁଡି ନାଲି ହେଉ କିମ୍ବା କଳା, ପଶ୍ଚିମ ଦିଗରୁ ଆସନ୍ତି ତାହେଲେ ଜାଣନ୍ତୁ ଆପଣ ଶୀଘ୍ର କୌଣସି ଯାତ୍ରାରେ ଯାଇପାରନ୍ତି।

Show More
Back to top button