ନ୍ୟୁଜ୍

କୋରୋନା ଚିହ୍ନଟ ହେବା ପରେ ପ୍ରାଥମିକ ସମୟରୁ ସେବନ କରନ୍ତୁ ଫାଭିପିରାଭିର l

ସତ୍ୟଶିଖା ( ଭୁବନେଶ୍ୱର ) ୦୬ .୧୦.୨୦୨୦ :  କେମିତି ଖାଇବେ ଫାଭିପିରାଭିର ? ହୋମ କ୍ବାରେଣ୍ଟାଇନରେ ଥିବା ସମୟରେ ଖାଇବାକୁ ଅନୁମତି  । ଏବେ ଏହାକୁ ନେଇ ବିସ୍ତୃତ ବିବୃତ୍ତି ରଖିଛନ୍ତି ରାଜ୍ୟ ସରକାର  । ଏହି ମେଡିସିନ ସହ ଆକ୍ରାନ୍ତ ଡାଇବେଟିସ ଓ ବ୍ଲଡପ୍ରେସର ଔଷଧ ନେଇପାରିବେ  । ରୋଗ ଓ ଔଷଧ ନୂଆ ତେଣୁ ସେବନ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଜରୁରୀ  । ତେବେ ଯଦି କୋରୋନା ଚିହ୍ନଟ ହେବା ପରେ ପ୍ରାଥମିକ ସମୟରୁ ଏହାର ସେବନ କରାଯାଏ ତେବେ କମିବ ଥଣ୍ଡା ଓ କାଶ  । ଫାଭିପିରାଭିର ଏକ ଆଣ୍ଟି ଭାଇରାଲ ଡ୍ରଗ  । ଏହାକୁ ଖାଇଲେ ଭୂତାଣୁ ସଂଖ୍ୟା କମାଇବା ସହ ନିୟନ୍ତ୍ରଣରେ ରଖେ  ।  ତେବେ ଏହା ନୂଆ ହୋଇଥିବାରୁ ରୋଗୀଙ୍କଠୁ ଅନୁମତି ପତ୍ରରେ ଦସ୍ତଖତ ନିଆଯାଉଛି  ।  ତେବେ ଏହାର ସେବନ ସମୟରେ ମଦ୍ୟପାନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ  । ଏହି ମେଡିସିନକୁ ଲକ୍ଷଣ ଥିବା ରୋଗୀ ଡାକ୍ତରଙ୍କ ପରାମର୍ଶରେ ଖାଇପାରିବେ  । ତେବେ ବର୍ତ୍ତମାନ ସୁଦ୍ଧା ଏହି ମେଡିସିନ ସାରା ରାଜ୍ୟରେ ଉପଲବ୍ଧ ହୋଇନାହିଁ  । ଏବେ କେବଳ ଖୋର୍ଦ୍ଧା, କଟକ ଓ ପୁରୀ ପରି ଜିଲ୍ଲାରେ ମିଳୁଛି  ।

Show More
Back to top button