ଦେଶନ୍ୟୁଜ୍ବାଣିଜ୍ୟବିଦେଶସ୍ପେଶାଲ୍ ରିପୋର୍ଟ

ପାକିସ୍ତାନରୁ ଆଉ ଭାରତକୁ ଆସିବନି ସନ୍ଧବ ଲୁଣ : ନବରାତ୍ରି ପୂର୍ବରୁ ବଢ଼ିଲା ଦାମ୍ l

ସତ୍ୟଶିଖା (ନୂଆଦିଲ୍ଲୀ) ୦୫.୧୦.୨୦୨୦ : ଭାରତରେ ପୁରାତନ ଯୁଗରୁ ସନ୍ଧବ ଲୁଣ ବ୍ୟବହାର ହେଉଛି । ଭାରତୀୟ ସାଧାରଣତଃ ବ୍ରତ ସମୟରେ ସନ୍ଧବ ଲୁଣ ବ୍ୟବହାର କରନ୍ତି । ସନ୍ଧବ ଲୁଣ ପାକିସ୍ତାନରୁ ଆସିଥାଏ। ସେଥିପାଇଁ ଏହାକୁ ଲାହୋରୀ ଲୁଣ ମଧ୍ୟ କୁହାଯାଏ । ହିମାଳୟ ପାହାଡ଼ରୁ ଆସୁଥିବାରୁ ଏହାକୁ ରକ୍ ସ୍ଲଟ ମଧ୍ୟ କୁହାଯାଏ । ଏହାର ରଙ୍ଗ ସାମାନ୍ୟ ଗୋଲାପୀ ଥିବାରୁ ଏହାକୁ ଗୋଲାପୀ ଲୁଣ ମଧ୍ୟ କୁହାଯାଏ । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଅନୁଚ୍ଛେଦ ହଟାଇବା ଓ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶରେ ଭାଗ କରିବା ପରେ ପାକିସ୍ତାନ ଭାରତ ସହ ବ୍ୟବସାୟ ଓ ରାଜନୈତିକ ସମ୍ବନ୍ଧ କମ କରିବା ଆରମ୍ଭ କରିଛି । ଫଳରେ ସନ୍ଧବ ଲୁଣ ଆଉ ପାକିସ୍ତାନରୁ ଆସିବନାହିଁ । ଚଳିତ ବର୍ଷ ନବରାତ୍ରି ପୂର୍ବରୁ ସନ୍ଧବ ଲୁଣ ଗଲ୍ଫ ଦେଶ ଜରିଆରେ ଭାରତ ବଜାରକୁ ଆସିବ ।ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଯୋଗୁଁ ଭାରତକୁ ସନ୍ଧବ ଲୁଣ ପଠାଇବା ବନ୍ଦ କରିଦେଇଛି । ଏହି ଲୁଣ ବର୍ତ୍ତମାନ ପାକିସ୍ତାନର ଗର୍ବ ଭାଙ୍ଗିଛି । ବର୍ଷେରୁ କମ ସମୟରେ ପାକିସ୍ତାନ ସରକାର ଏହା ବୁଝି ସାରିଛି ଯେ ପ୍ରତିବର୍ଷ ଲାହୋରରୁ ବାହାରୁଥିବା ହଜାର ହଜାର ଟନ ଲୁଣ ନିଜ ଦେଶରେ ରଖିପାରିବ ନାହିଁ । ଭାରତ ପାକିସ୍ତାନର ସନ୍ଧବ ଲୁଣର ସବୁଠାରୁ ବଡ ଉପଭୋକ୍ତା । ଭାରତ ପ୍ରତିବର୍ଷ ହଜାର ହଜାର ଟନ ଲୁଣ ଆମଦାନୀ କରିଥାଏ । କିନ୍ତୁ ବର୍ତ୍ତମାନ ପାକିସ୍ତାନ ଭାରତକୁ ଲୁଣ ଦେବା ବନ୍ଦ କରିଦେବା ଫଳରେ ଲାହୋରରେ ହିଁ ଲୁଣ ଯାମ ହୋଇ ରହିଯାଇଛି। ବର୍ତ୍ତମାନ ପାକିସ୍ତାନୀ ବ୍ୟବସାୟୀ ଗଲ୍ଫ ଦେଶ ଜରିଆରେ ଭାରତକୁ ଲୁଣ ପଠାଇବା ଆରମ୍ଭ କରିଛି ।ଗଲ୍ଫ ଦେଶରୁ ସନ୍ଧବ ଲୁଣ ଭାରତକୁ ଆସୁଥିବାରୁ ବର୍ତ୍ତମାନ ଭାରତୀୟ ଗ୍ରାହକଙ୍କୁ ଲୁଣ ପାଇଁ ଅଧିକ ଟଙ୍କା ଦେବାକୁ ପଡୁଛି । ଏକ ଅନୁମାନ ଅନୁଯାୟୀ, ଭାରତ ପ୍ରତିବର୍ଷ ପାକିସ୍ତାନରୁ ୨୫୦୦ ଟନରୁ ୩ ହଜାର ଟନ ଲାହୋରୀ ଲୁଣ କିଣିଥାଏ । ପୂର୍ବରୁ ଭାରତ ପାକିସ୍ତାନରୁ ସନ୍ଧବ ଲୁଣ କିଲୋ ପ୍ରତି ୪ରୁ ୫ ଟଙ୍କାରେ କିଣୁଥିଲା। କିନ୍ତୁ ବର୍ଷେ ପୂର୍ବରୁ ଲାଗୁ ହୋଇଥିବା କଟକଣା ଯୋଗୁଁ ବର୍ତ୍ତମାନ ଏହା ଭାରତରେ କିଲୋ ପ୍ରତି ୪୦ ରୁ ୫୦ ଟଙ୍କାରେ ବିକ୍ରି ହେଉଛି ।ଭାରତୀୟ ବଜାରରେ ପ୍ରୋସେସ ହୋଇଥିବା ପ୍ୟାକେଟ ଲାହୋରୀ ଲୁଣ କିଲୋ ପ୍ରତି ୯୮ ଟଙ୍କାରେ ବିକ୍ରି ହେଉଛି । ଭାରତରେ ସନ୍ଧବ ଲୁଣର ପ୍ରୋସେସିଂ ଓ ପ୍ୟାକେଜିଙ୍ଗ ୟୁନିଟ କୋଚି, ମୁମ୍ବାଇ, ହାଇଦ୍ରାବାଦ ଓ ଦିଲ୍ଲୀରେ ଅଛି । ଏହି ୟୁନିଟରୁ ଲୁଣ ଜାପାନ, ଆମେରିକା, ଦକ୍ଷିଣ କୋରିଆ, କାନାଡ଼ାକୁ ପଠାଯାଇଥାଏ ।ସୂଚନାଯୋଗ୍ୟ ଯେ, ୧୯୪୭ ମସିହାରେ ଦେଶ ବିଭାଜନ ପରେ ଭାରତ ପାକିସ୍ତାନ ମଧ୍ୟରେ ଏକ ଚୁକ୍ତି ହୋଇଥିଲା । ଲାହୋରୀ ଲୁଣକୁ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତି ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ ଯୁଦ୍ଧ ହେଉ କି ଶାନ୍ତି, ଉଭୟ ପରିସ୍ଥିତିରେ ଭାରତକୁ ପାକିସ୍ତାନରୁ ଲୁଣ ଆସିବ । କିନ୍ତୁ ବର୍ତ୍ତମାନ ପାକିସ୍ତାନ ଭାରତକୁ ଲୁଣ ପଠାଇବା ବନ୍ଦ କରିଦେଇଛି ।

Show More
Back to top button