ଖେଳ

କ୍ରୀଡ଼ା ଜଗତ ଉପରେ କରୋନା ପ୍ରଭାବ, ଜାଣନ୍ତୁ କେଉଁ ସବୁ ଇଭେଣ୍ଟ ବନ୍ଦ ହୋଇଛି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଏବେ ସମଗ୍ର ଦେଶରେ ତା’ର କାୟା ବିସ୍ତାର କରିବାରେ ସକ୍ଷମ ହୋଇଛି। ଏସିଆଠାରୁ ଆରମ୍ଭ କରି ୟୁରୋପ ଯାଏ ସବୁଠାରେ କରୋନା ଭାଇରସ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ବ୍ୟବସାୟ ଠାରୁ ଆରମ୍ଭ କରି ସାଧାରଣ ଜୀବନ ଓ କ୍ରୀଡ଼ା ଜଗତ ଉପରେ କରୋନା ଭାଇରସର ପ୍ରଭାବ ପଡ଼ିଛି।

କରୋନା ଯୋଗୁ ବିଶ୍ୱରେ ଆୟୋଜିତ ହେଉଥିବା ଏକାଧିକ କ୍ରୀଡ଼ା ଟୁର୍ଣ୍ଣାମେଣ୍ଟକୁ ବାତିଲ କରାଯାଉଛି କିମ୍ବା କିଛି ସମୟ ପାଇଁ ସ୍ଥଗିତ ରଖାଯାଇଛି। କେବଳ କ୍ରିକେଟ ନୁହେଁ ଟେନିସ ଓ ବଡ଼ ବଡ଼ ଫୁଟବୁଲ ଟୁର୍ଣ୍ଣାମେଣ୍ଟ ମଧ୍ୟ କରୋନା ଯୋଗୁ ବାତିଲ ହୋଇଛି। ଏବେ ଅଲିମ୍ପିକ୍ସ ଉପରେ ମଧ୍ୟ କରୋନାର ପ୍ରଭାବ ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି।

ତେବେ ଆସନ୍ତୁ ଜାଣିବା କରୋନା ବ୍ୟାପିବା ପରେ କେଉଁ ସବୁ ଟୁର୍ଣ୍ଣାମେଣ୍ଟ ବନ୍ଦ ହୋଇଛି ବା ସ୍ଥଗିତ ରହିଛି ଆସନ୍ତୁ ଜାଣିବା-

କ୍ରିକେଟ
୧-ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଲକ୍ଷ୍ନୌରେ ହେବାକୁ ଥିବା ଦ୍ୱିତୀୟ ଓ କୋଲକାତାରେ ହେବାକୁ ଥିବା ତୃତୀୟ ଦିନିକିଆ ବାତିଲ

୨-ଆଇପିଏଲ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାର ଥିଲା। କିନ୍ତୁ କରୋନା ପାଇଁ ଏହାକୁ ଏପ୍ରିଲ ୧୫ ଯାଏ ଘୁଞ୍ଚାଇ ଦିଆଯାଇଛି

୩-ସିଡ୍‌ନୀରେ ହେବାକୁ ଥିବା ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଏବଂ ହୋବାର୍ଟରେ ହେବାକୁ ଥିବା ତୃତୀୟ ଦିନିକିଆ ବାତିଲ

୪-ବିଦେଶୀ ଖେଳାଳିଙ୍କୁ ନେଇ ଖେଳାଯାଉଥିବା ପାକିସ୍ତାନ ସୁପର ଲିଗ୍‌ ବାତିଲ

ତୀରନ୍ଦାଜ

ସଂଘାଇରେ ହେବାକୁ ଥିବା ତୀରନ୍ଦାଜ ବିଶ୍ୱକପ ବାତିଲ

ବ୍ୟାଡମିଣ୍ଟନ

୧-ଚାଇନା ମାଷ୍ଟର ସ୍ଥଗିତ

୨-ଏସିଆନ ଟିମ ଚାମ୍ପିୟନଶିପ ଟୁର୍ଣ୍ଣାମେଣ୍ଟ ବାତିଲ। ଚାଇନା ଓ ହଂକଂ ମଧ୍ୟରେ ଏହା ଅନୁଷ୍ଠିତ ହେବାର ଥିଲା।

୩-ଏସିଆନ ଚାମ୍ପିୟନଶିପ ବାତିଲ

୪-ଇଣ୍ଡିଆନ ଓପନ ବାତିଲ

୫-ସ୍ୱିସ ଓପନ ବାତିଲ

୬-ମ୍ୟାଲେସିୟା ଓପନ ବାତିଲ

୭-ସିଙ୍ଗାପୁର ଓପନ ବାତିଲ

୮-ଥୋମାସ ଓ ଉବେର କପ ଫାଇନାଲ ମେ’ ମାସରୁ ଅଗଷ୍ଟ ମାସ ଯାଏ ସ୍ଥଗିତ

ଟେନିସ

୧-ଏଆଇଆଇ ଏଆଇଟିଏ ଟୁର୍ଣ୍ଣାମେଣ୍ଟ ବାତିଲ

୨-ବିଏନପି ପରିବାସ ଓପନ ବାତିଲ

୩-ମିଆମି ଓପନ ବାତିଲ

୪-ମୋଣ୍ଟେ କାରଲୋ ମାଷ୍ଟର୍ସ ବାତିଲ

ଆହୁରି ପଢ଼ନ୍ତୁ

୫-‍ଫ୍ରେଞ୍ଚ ଓପନ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ଯାଏ ସ୍ଥଗିତ

ଆଥଲେଟ

ବିଶ୍ୱ ଇଣ୍ଡୋର ଚାମ୍ପିୟନଶିପ ୨୦୨୧ ମାର୍ଚ୍ଚ ଯାଏ ସ୍ଥଗିତ

ହକି
୧-ଜୁନିୟର ମହିଳା ଏସିଆ କପ ପାଇଁ ଜାପାନ ଯିବାକୁ ଥିବା ଭାରତୀୟ ଟିମର ଗସ୍ତ ସ୍ଥଗିତ

୨-ସମସ୍ତ ଏଆଇଆଇ ଏଫଆଇଏଚ୍‌ ପ୍ରୋ ଲିଗ ମ୍ୟାଚ ଗୁଡ଼ିକ ମେ’ ୧୭ ଯାଏ ସ୍ଥଗିତ

ବାସ୍କେଟ ବଲ

୧-ମାର୍ଚ୍ଚ ୧୧ରୁ ଆରମ୍ଭ ହେବାକୁ ଥିବା ଏନବିଏ ବାତିଲ

ଶୁଟିଂ

୧-ଭାରତରେ ହେବାକୁ ଥିବା ବିଶ୍ୱକପ ସ୍ଥଗିତ

୨-ଟୋକିଓରେ ହେବାକୁ ଥିବା ଟେଷ୍ଟ ଇଭେଣ୍ଟ ବାତିଲ

ବକ୍ସିଂ

୧-ଏସିଆ-ଓସେନିଆ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଚାଇନାରୁ ଜୋର୍ଡାନକୁ ସ୍ଥାନାନ୍ତର

୨-ଜର୍ମାନୀରେ ହେବାକୁ ଥିବା ବିଶ୍ୱକପ ବାତିଲ

ଫର୍ମୁଲା ୱାନ

୧-ଅଷ୍ଟ୍ରେଲିଆନ ଜିପି ବାତିଲ

୨-ବାହାରିନ ଜିପି ସ୍ଥଗିତ

୩-ଭିଏତନାମ ଜିପି ସ୍ଥଗିତ

୪-ଚାଇନିଜ ଜିପି ସ୍ଥଗିତ

୫-ମୋନାକୋ ଜିପି ବାତିଲ

ଫୁଟବଲ

୧-ଚାମ୍ପିୟନ୍ସ ଲିଗ ଓ ୟୁରୋପ ଲିଗ୍‌ ମ୍ୟାଚ୍‌ ଗୁଡ଼ିକ ସ୍ଥଗିତ

୨-ଇପିଏଲ ଓ ଏଫଏ କପ ଏପ୍ରିଲ ୩୦ ଯାଏ ସ୍ଥଗିତ

୩-ୟୁରୋ ୨୦୨୦ କପ ୨୦୨୧କୁ ଘୁଞ୍ଚିଲା

୪- ୨୦୨୧କୁ କୋପା ଆମେରିକା ଘୁଞ୍ଚିଲା

[ad_2]
Show More
Back to top button