
ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୧୦/୨୦୨୦ : ଲିବିଆରେ ଆତଙ୍କବାଦୀମାନେ ସାତଜଣ ଭାରତୀୟଙ୍କୁ ଅପହରଣ କରିଛନ୍ତି । ତେବେ ସେମାନଙ୍କୁ ମୁକୁଳାଇବା ବା ଛାଡିବା ପାଇଁ ୨୦ ହଜାର ଡଲାର ଦାବି କରିଛନ୍ତି । ଅର୍ଥାତ୍ ସେମାନେ ମୁକ୍ତିଧନ ଲୋଡିଛନ୍ତି । ଯେଉଁ ଭାରତୀୟମାନଙ୍କୁ ଅପହରଣ କରାଯାଇଛି ସେମାନେ ୟୁପିର କୁଶିନଗର, ଦେବରିୟା ଓ ବିହାରରେ ରହନ୍ତି । ଏମାନଙ୍କ ପରିବାର ଲୋକ ସେମାନଙ୍କୁ ଛାଡିବା ପାଇଁ ବିଦେଶ ମନ୍ତ୍ରାଳୟକୁ ନିବେଦନ କରିଛନ୍ତି । ତେବେ ସାତ ଜଣ ଭାରତୀୟଙ୍କୁ ଅପହରଣ ମାମଲାରେ ବିଦେଶ ମନ୍ତ୍ରାଳୟ ଏ ଯାଏଁ କିଛି କହି ନାହିଁ ।
ଆତଙ୍କବାଦୀମାନେ କୁଶୀ ନଗର ଜିଲ୍ଲାର ମୁନା ଚୌହାନ ସମେତ ସାତ ଜଣ ଭାରତୀୟଙ୍କୁ ଅପହରଣ କରିଛନ୍ତି । ଏହା ସହ ସେମାନଙ୍କ କମ୍ପାନିକୁ ୨୦ ହଜାର ଡଲାର ମାଗିଛନ୍ତି । ୨୦୧୯ ସେପ୍ଟେମ୍ବରରେ ଦିଲ୍ଲୀ ସ୍ଥିତ ଏନଡି ଏଣ୍ଟରପ୍ରାଇଜ ଟ୍ରାଭେଲ ଏଜେନ୍ସି ମାଧ୍ୟମରେ ସୋମାନେ ୱେଲଡରିଂ କାମରେ ଲିବିଆ ଯାଇଥିଲେ । ସେମାନଙ୍କ ଭିଜା ୨୦୨୦ ସେପ୍ଟେମ୍ବର ୧୩ରେ ଶେଷ ହୋଇ ଥିଲା । ମାତ୍ର ସେମାନଙ୍କୁ ସେତେପେଳେ ଲିବିଆରୁ ଫେରିବାର ଥିଲା । ଏହି ସମୟରେ ହିଁ ମୁନ୍ନାଙ୍କ ସମେତ ସାତଜଣ ଭାରତୀୟଙ୍କୁ ଅପହରଣ କରିଥିଲେ ଆତଙ୍କବାଦୀ ।
ମୁନାଙ୍କ ସମ୍ପର୍କୀୟ ଲଲନ ପ୍ରସାଦ କହିଛନ୍ତି ସେପ୍ଟେମ୍ବର ୧୩ରେ ମୁନ୍ନା ପରିବାର ଲୋକଙ୍କ ସହ ଫୋନରେ କଥା ହୋଇ କହି ଥିଲା ୧୭ ସେପ୍ଟେମ୍ବରରେ ଲିବିଆରୁ ଦିଲ୍ଲୀ ଫେରିବ । ଏହା ପରେ ପରିବାର ସହ ସେମାନଙ୍କର କୌଣସି ଯୋଗାଯୋଗ ହୋଇ ନାହିଁ । ସେପ୍ଟେମ୍ବର ୨୭ରେ ଲଲନ ଦିଲ୍ଲୀ ପହଞ୍ଚିବା ପରେ ଜାଣିଲା ଯେ ମୁନାଙ୍କ ସମେତ ସାତଜଣ ଭାରତୀୟଙ୍କୁ ଅପହରଣ କରାଯାଇଛି । ଲଲନଙ୍କ ଅନୁସାରେ ଟ୍ରାଭେଲ ଏଜେନ୍ସି କମ୍ପାନି ଆତଙ୍କବାଦୀଙ୍କୁ ସେମାନଙ୍କୁ ଛାଡିବା ପାଇଁ ଟଙ୍କା ଦେବାକୁ ପ୍ରସ୍ତୁତ । ଲଲନ ଦିଲ୍ଲୀର ପ୍ରସାଦପୁର ପୋଲିସ୍ ଷ୍ଟେସନରେ ଅନଲାଇନରେ ମାମଲା ବାବଦରେ ପୋଲିସକୁ ଅଗତ କରାଇଛନ୍ତି । ମୁନାଙ୍କ ସମେତ ଅନ୍ୟ ସମସ୍ତ ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ବିଦେଶ ମନ୍ତ୍ରାଳୟକୁ ମଧ୍ୟ ସେ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷେ କୁଶୀନଗର ଏସପି ଏବେ ସେମାନଙ୍କ ପରିବାର ସହ ଯୋଗାଯୋଗରେ ରହିଛି ।






