ଦେଶନ୍ୟୁଜ୍ବାଣିଜ୍ୟବିଦେଶରାଜ୍ୟ

ଏହି ତାରିଖରେ ଲଞ୍ଚ୍ ହେବ ଆଇଫୋନ-୧୨, ରହିଛି ଆକର୍ଷଣୀୟ ଫିଚର୍ l

ସତ୍ୟଶିକ୍ଷା (ନୂଆଦିଲ୍ଲୀ) ୨୪.୦୯.୨୦୨୦ : ଅଧିକାଂଶ ବ୍ୟକ୍ତି ଆଇଫୋନ୍ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି । ଆପଲ୍ ମଧ୍ୟ ନୂଆ ନୂଆ ଆଇଫୋନ୍ ମାର୍କେଟରେ ଲଞ୍ଚ୍ କରିଥାଏ । ଅନେକ ଏହି ଫୋନକୁ ନକିଣିଲେ ମଧ୍ୟ ଏହାର ଫିଚର୍ ବିଷୟରେ ଅବଗତ ରହିଥାନ୍ତି । ଆଜିକାଲି ଆଇଫୋନ୍-୧୨ର ତାରିଖକୁ ନେଇ ଅନେକ ରିପୋର୍ଟସ ସାମ୍ନାକୁ ଆସିଥାଏ । ତେବେ ଏହି ଫୋନ୍ ଅକ୍ଟୋବର ୧୩ରେ ଲଞ୍ଚ୍ ହେବ ବୋଲି କୁହାଯାଉଛି । ମ୍ୟାକ୍ ରୁମର୍ସ ଅନୁସାରେ, ଲଞ୍ଚିଂ ତାରିଖ ପରେ ଆଇଫୋନ୍-୧୨ର ପ୍ରି ଅର୍ଡର୍ସ ଆରମ୍ଭ ହେବ । ଏହା ଅକ୍ଟୋବର ୨୩ରୁ ମାର୍କେଟରେ ଉପଲବ୍ଧ ହେବ । ଆସନ୍ତୁ ଜାଣିବା ଏହାର ଦାମ୍ ଓ ଫିଚର୍ସ ବାବଦରେ ।ରିପୋର୍ଟ ଅନୁସାରେ, ଆଇଫୋନ୍-୧୨ର ଦାମ୍ ଆଇଫୋନ୍-୧ଠୁ ଅଧିକ ରହିବ । ଏଥିରେ ୫ଜି ସପୋର୍ଟ ରହିବ । ସେହିପରି ଏହାର ଦାମ୍ ୬୯୯ରୁ ୭୪୯ ଡଲାର ମଧ୍ୟରେ ରହିବ । ଏଥିରେ ୬୪ ଜିବି ଷ୍ଟୋରେଜ୍, ୧୨ ଏମପିର ତ୍ରିପଲ୍ କ୍ୟାମେରା, ୬.୧ ଇଞ୍ଚ୍ ଡିସପ୍ଲେ ରହିଛି । ଏହାର ରାମ୍ ମଧ୍ୟ ୬ ଜିବି । ତେବେ ଆପଲ ଆଇଫୋନ୍ ୧୨ ସହ ଆଇଫୋନ୍-୧୨ ପ୍ରୋ ମଧ୍ୟ ଲଞ୍ଚ୍ କରିବ । ଏହାସହ ଆଇଫୋନ-୧୨ ପ୍ରୋ ମ୍ୟାକ୍ସ ଓ ଆଇଫୋନ-୧୨ ମିନି ମଧ୍ୟ ବଜାରରେ ଉପଲବ୍ଧ ହେବ ।

Show More
Back to top button