ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା l

ସତ୍ୟଶିଖା ୨୧.୦୯.୨୦୨୦ : ରାଜଧାନୀରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ଓଟିଭିର ଏମଡି ଜାଗିମଙ୍ଗତ ପଣ୍ଡା । ମହିଳା କମିଶନଙ୍କ ପକ୍ଷରୁ ହୋଇଥିବା ନୋଟିସ ଆଧାରରେ ବ୍ୟକ୍ତିଗତ ଭାବେ ଶ୍ରୀମତୀ ପଣ୍ଡା ହାଜର ହୋଇଥିଲେ । ହାଜର ପରେ ଜାଗିମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି ହୋଇଛି । ଏଥିରେ ଘଟଣାର ପୁଙ୍ଖାନୁପୁଙ୍ଗ ନିରପେକ୍ଷ ତଦନ୍ତ ପାଇଁ ଦାବି କରାଯାଇଛି । ପ୍ରେସ ରିଲିଜରେ କୁହାଯାଇଛି, ଦୋଷ ପ୍ରମାଣିତ ହେଲେ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ । ଅଭିଯୋଗ ଅନୁସାରେ. ପୀଡିତାଙ୍କ ମା ତାଙ୍କ ନାବାଳିକ ଝିଅକୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଟେଲିଫୋନ ଯୋଗେ ଓଟିଭି ଏମଡିକୁ ଜଣାଇଥିଲେ । ସବୁ ଶୁଣିବା ପରେ ବି ଏମଡି କୌଣସି ପଦକ୍ଷେପ ନେଇନଥିଲେ ।
“ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଓଟିଭି ଏମଡି
ପ୍ରେସରିଲିଜରେ କହିଲେ ଘଟଣାର ନିରପେକ୍ଷ ତଦନ୍ତ ହେଉ,
ପ୍ରମାଣ ମିଳିଲେ ଦୋଷୀଙ୍କ ବିରୋଧରେ ନିଆଯାଉ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ “
ତେଣୁ ପୀଡିତା ନାବାଳିକାଙ୍କ ମାଙ୍କ ପକ୍ଷରୁ ହୋଇଥିବା ଲିଖିତ ଅଭିଯୋଗ ଓ ଦାଖଲ କରାଯାଇଥିବା ଅଡିଓ କ୍ଲିପ ଆଧାରରେ ଓଟିଭି ଏମଡିଙ୍କୁ ଏହି ନୋଟିସ କରାଯାଇଥିଲା । ଲକଡାଉନ ସମୟରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଗଷ୍ଟ ୩୦ ତାରିଖରେ ପୀଡିତାଙ୍କ ମା ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା । ଓଟିଭିର ଦୁଇଜଣ କର୍ମଚାରୀ, ୨ ଜଣ ସୁରକ୍ଷା କର୍ମୀ ଓ ୩ଜଣ ପୁଲିସ ଏଥିରେ ସଂପୃକ୍ତ ରହିଥିବା ଅଭିଯୋଗ ହୋଇଥିଲା । ପୁଲିସ ମାମଲାର ତଦନ୍ତ କରୁଛି । ମାମଲାରେ ଓଟିଭିର କିଛି କର୍ମଚାରୀଙ୍କୁ ବି ଜେରା କରାଯାଇସାରିଛି ।ସେପଟେ ମହିଳା କମିଶନ କହିଛନ୍ତି, ଡିସିପିଙ୍କ ମଧ୍ୟମରେ ଓଟିଭି ଏମଡିଙ୍କୁ ପୁଣି ନୋଟିସ ଜାରି କରାଯିବ । ସେ କୋର୍ଟରେ ଉପସ୍ଥିତ ରହିଲେ ବି ଶୁଣାଣିବେଳେ ରହିଲେ ନାହିଁ । ଅଲଗା କାମ ଅଛି ବୋଲି କହି ଲିଖିତ ଆକାରରେ ଦେଇଛନ୍ତି । ତେଣୁ ପୁଣି ନୋଟିସ କରାଯିବ ।