କୌଣସି ଭୁଲର ନାହିଁ କ୍ଷମା । ଦେଖାଯିବ ନାହିଁ ଅନୁକମ୍ପା : ସେନା ମୁଖ୍ୟ l


ସତ୍ୟଶିଖା ୧୯ .୦୯.୨୦୨୦ : ଭୁଲର କ୍ଷମା ନାହିଁ । କୌଣସି ପ୍ରକାର ଅନକମ୍ପା ଦେଖାଯିବ ନାହିଁ । ଏଭଳି କଡା କଥା କହିଛନ୍ତି ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ । ଚଳିତ ବର୍ଷ ଜୁଲାଇ ୧୮ ତାରିଖରେ ହୋଇଥିବା ସୋପିଆଁ ଏନକାଉଁଟରକୁ ନେଇ ବିବାଦ ଦେଖାଦେଇଥିବା ବେଳେ ସେନେଇ ପ୍ରତିକ୍ରିୟା ରଖି ଏଭଳି ମତ ରଖିଛନ୍ତି ସେନା ମୁଖ୍ୟ । ଏହି ଅପରେସନରେ ସେନା ତାଙ୍କର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା । ଏହି ଅପରେସନରେ ୩ ଜଣ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିବା ବେଳେ ସେମାନେ କେହି ମଧ୍ୟ ଆତଙ୍କି ଲିଙ୍କରେ ନଥିବା ପରିବାର ଲୋକ ଜାବି କରିବା ସହ ଅଭିଯୋଗ କରଥିଲେ ।
ଏନେଇ ସେନା ପକ୍ଷରୁ ମଧ୍ୟ କୋର୍ଟ ଅଫ୍ ଇନକ୍ୱାରିରେ ଯବାନଙ୍କ ତ୍ରୁଟି ଥିବା ଜଣାପଡିଛି । ଜିରୋ ଟଳରେନ୍ସ ନୀତିରେ ମାମଲାର ବିଚାର ହେବ ବୋଲି ସ୍ପଷ୍ଟ ଭାବେ ଶୁଣାଇଛନ୍ତି ଜେନେରାଲ ନରବଣେ । ଭାରତୀୟ ସେନା ନିଜର ପେଶାଦାର ମନୋଭାବ ପାଇଁ ସାରା ବିଶ୍ୱରେ ପରିଚିତ ଥିବା ବେଳେ ଏଭଳି ଅବହେଳାକୁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି । ତଦନ୍ତ ବେଳେ ପ୍ରମାଣ ଏକାଠି କରାଯାଇଛି ।