ଜୀବନମନ୍ତ୍ରନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ଭିତରେ ଆସିଲା ହୃଦୟ ବିଦାରକ ଘଟଣା l

ସତ୍ୟଶିଖା ୧୬ .୦୯.୨୦୨୦ : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ଭିତରେ ଆସିଲା ହୃଦୟ ବିଦାରକ ଘଟଣା । ଭୟାବହ କରୋନାରେ ଆକ୍ରାନ୍ତ ହୋଇଛି ୮ ଦିନର ଶିଶୁ । ଆଉ ବଡ କଥା ହେଉଛି ଯେ, ଏହି ୮ ଦିନର ଶିଶୁ ହେଉଛନ୍ତି ଯାଆଁଳା । ଆଉ , ଦୁଇ ଜଣ ଯାକ ଯମଜ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି । ଉଭୟ କରୋନା ଆକ୍ରାନ୍ତ ଶିଶୁଙ୍କୁ କିମ୍ସ କୋଭିଡ ହସପିଟାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି । ଯମଜ ଶିଶୁଙ୍କ ପରିବାର ଝାରସୁଗୁଡାର । ସେଠାରେ ପ୍ରଥମେ ମାଆଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାପରେ ଗତ ୭ ତାରିଖରେ ମାଆଙ୍କୁ ସମ୍ବଲପୁର ଅଣାଯାଇଥିଲା । ଏବଂ ସେଠାରେ କରୋନା ଟେଷ୍ଟ ବେଳେ ରିପୋର୍ଟ ପଜିଟିଭ୍ ଆସିଥିଲା ।

ମାଆ ପଜିଟିଭି ଥିବାରୁ ଏବଂ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ୭ ମାସରେ ହିଁ ଡେଲିଭରିି କରାଯାଇଥିଲା । ଏବଂ ଯାଆଁଳା ଶିଶୁ ଜନ୍ମ ନେଇଥିଲେ । ଏହାର ଦୁଇ ଦିନ ପରେ ମାଆଙ୍କର ମୃତ୍ୟୁ ହୋଇଯାଇଥିଲା । କରୋନା ପରୀକ୍ଷା ପରେ ଉଭୟ ଶିଶୁ ମଧ୍ୟ କୋଭିଡ୍ରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଗତକାଲି ଉଭୟ ଶିଶୁଙ୍କୁ କିମ୍ସ କୋଭିଡ୍ ହସପିଟାଲରେ ଭର୍ତି କରାଯାଇଛି ।

Show More
Back to top button