ରାତି ସାଢେ ୧୦, ରାଜଧାନୀ ରାସ୍ତାରେ ମାତାଲ୍ ଯୁବତୀଙ୍କ ହଙ୍ଗାମା !

ସତ୍ୟଶିଖା (ଭୁବନେଶ୍ୱର) ୧୫ .୦୯.୨୦୨୦ : ଚାରିଆଡେ କରୋନା ପାଇଁ କଟକଣା ଜାରି ରହିଛି । କିନ୍ତୁ ଏହି କଟକଣାରେ ସବୁଠୁ ବିବାଦୀୟ ବ୍ୟବସାୟ ଉପରେ ଲାଗୁପାରୁନି ରୋକ୍ । ଯେତେ କଟକଣା ସତ୍ତ୍ୱେ ବି ଚୋରାରେ ଚାଲିଛି କାରବାର । ତେବେ ଗତକାଲି ବିଳମ୍ବିତ ରାତିରେ ଏକ ଘଟଣା ପୁରା ଚହଲ ସୃଷ୍ଟି କରିଦେଇଛି । ୨ଜଣ ଯୁବତୀ ଜଣେ ଯୁବକଙ୍କୁ ଗାଳି ଗୁଲଜ ସହ ନିସ୍ତୁକ ମାଡ ମାରୁଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା । ଯୁବତୀ ୨ଜଣ କଲ୍ ଗାର୍ଲ ହୋଇଥିବା ସୂଚନା ରହିଛି । ତେଣୁ ମାଡ ଖାଇଥିବା ଯୁବକଜଣଙ୍କ ତାଙ୍କ ଗ୍ରାହକ ଥିଲେ । ଉଭୟଙ୍କ ମଧ୍ୟରେ ଟଙ୍କା ପଇସା ନେଣଦେଣକୁ ନେଇ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି । କିନ୍ତୁ ପରେ ଘଟଣାକୁ ଅନ୍ୟ ରୂପ ଦେବାକୁ ଚେଷ୍ଟା ମଧ୍ୟ କରାଯାଇଛି । ଖବରଅନୁଯାୟୀ, ରାତି ପ୍ରାୟ ସାଢ଼େ ୧୦ଟା ହେବ। ଷ୍ଟେସନ ଆଡୁ ୨ ଯୁବତୀ ଏକ ଅଟୋରେ କଳ୍ପନା ଆଡ଼କୁ ଆସୁଥିଲେ। ହାପ୍ ପ୍ୟାଣ୍ଟ ସାଙ୍ଗକୁ ଟି-ସାର୍ଟ ପିନ୍ଧିଥିଲେ। ପ୍ରଚୁର ମଦ ପିଇଥିଲେ । ଗୋଡ଼ ବି ଠିକ୍ ଭାବେ ତଳେ ପଡୁନଥିଲା । ଅଟୋ ଡ୍ରାଇଭର ବି ନିଶାରେ ଚୁର୍ ଥିଲେ। କଳ୍ପନା ମ୍ୟୁଜିୟମ ଛକରେ ଅଟୋକୁ ରଖିଲେ। ରାସ୍ତାରେ ଯାଉଥିବା ଜଣେ ଯୁବକଙ୍କୁ ନିସ୍ତୁକ ପିଟିଲେ । ଜଣେ ଯୁବତୀ ଚପଲ ଖୋଲି କି ଯୁବକଙ୍କ ଗାଲକୁ ସେକିବାକୁ ଲାଗିଲା ।
ସ୍ଥାନୀୟ ଲୋକ ଘେରିଯାଇ ଯୁବକଙ୍କୁ ପିଟିବାର କାରଣ ପଚାରିଲେ। ଜଣେ ଯୁବତୀ ଚଢ଼ା ଗଳାରେ ଜବାବ୍ ଦେଲେ ଯେ, ସେ ଟୋକା ଆମ ଆଡ଼କୁ ଚାହିଁ ପରିସ୍ରା କରୁଥିଲା । କାରଣ ପଚାରିବାରୁ ସେ ଆମ ପାଖକୁ ଯାଇ ମୋବାଇଲ୍ରେ ସେକ୍ସ ଭିଡିଓ ଦେଖାଇଲା । ଏଥିପାଇଁ ଆମେ ତାକୁ ପିଟୁଛୁ । ତମେମାନେ ତମ ବାଟରେ ଯାଅ । ଆମକୁ ହଇରାଣ କଲେ, ତମକୁ ବି ପିଟିବୁ । ଏମିତି ବାଣୀ ଶୁଣାଇ ପୁଣି ଯୁବକକୁ ପିଟିବା ଆରମ୍ଭ କଲେ । ୨ ଯୁବତୀଙ୍କୁ ଅଟୋ ଡ୍ରାଇଭର ଜଣକ ବେଶ୍ ସହଯୋଗ କରିଥିଲା। ଯୁବତୀମାନଙ୍କ ଏମିତି ଅଶାଳୀନ ବ୍ୟବହାର ଦେଖି ଦେଖଣାହାରୀମାନେ ରାଗି ଯାଇଥିଲେ। ୨ ଯୁବତୀ ଓ ଅଟୋ ଡ୍ରାଇଭରଙ୍କୁ ବିରୋଧ କରିବା ଆରମ୍ଭ କଲେ। ଯୁବତୀଙ୍କୁ ଜବରଦସ୍ତି ଅଟୋରେ ବସାଇ ପୁଲିସକୁ ଫୋନ୍ କଲେ । ଅଟୋ ଡ୍ରାଇଭରକୁ ନିସ୍ତୁକ ପିଟିଥିଲେ ।ଯୁବତୀଙ୍କ କହିବାନୁସାରେ, ଯୁବକଟି ତାଙ୍କ ଆଡ଼କୁ ଚାହିଁ ପରିସ୍ରା କରୁଥିଲା । ଏହାପରେ ପାଖକୁ ଆସି ଖରାପ ଭିଡିଓ ଦେଖାଇଲା । ଏହି ଅଭିଯୋଗ ଆଣି ଜଣେ ଯୁବକଙ୍କୁ ନିସ୍ତୁକ ପିଟିଲେ ଦୁଇ ଯୁବତୀ । ଦେଖଣାହାରୀଙ୍କୁ ଗାଳିଗୁଲଜ ବି କଲେ । କଳ୍ପନା ଛକରେ ଗତକାଲି ବିଳମ୍ବିତ ରାତିରେ ୨ଯୁବତୀ ଏମିତି ହଙ୍ଗାମା କରିଛନ୍ତି । ବଡ଼ଗଡ଼ ଥାନା ପୁଲିସ ୨ ଯୁବତୀଙ୍କ ସହ ଜଣେ ଅଟୋ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ସେପଟେ ଏହି ମଉକାରେ ମାଡ଼ ଖାଉଥିବା ଯୁବକଜଣକ ସେଠାରୁ ଚମ୍ପଟ ମାରିଥିଲା । ବଡ଼ଗଡ଼ ଥାନାର ଏକ ପିସିଆର୍ ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଅଟୋ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା । ୨ ଯୁବତୀଙ୍କୁ ଭ୍ୟାନ୍ରେ ବସାଇ ଥାନାକୁ ନେଇଥିଲା । ଉଭୟେ କଲ୍ ଗାର୍ଲ ବୋଲି ପୁଲିସ ସନ୍ଦେହ କରୁଛି । ମାଡ଼ ଖାଇଥିବା ଯୁବକଜଣକ ଗ୍ରାହକ ଥିଲେ । ଟଙ୍କା ନେଣଦେଣକୁ ନେଇ ଯୁବତୀଦ୍ୱୟ ତାଙ୍କୁ ମାଡ଼ ମାରୁଥିବା ପୁଲିସ ସୂଚନା ପାଇଛି ।