ଦେଶନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଦେଶରେ କରୋନା ସଂକ୍ରମଣ ଉପରମୁହାଁ : ସଂକ୍ରମଣ ପୁଣି ୯୦ ହଜାରକୁ ବଢ଼ିଲା !

ସତ୍ୟଶିଖା ୧୦ .୦୯.୨୦୨୦ : ଦେଶରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି । ୨ ଦିନ ଧରି ଦେଶରେ ଦୈନିକ କରୋନା ସଂକ୍ରମଣ ୯୦ ହଜାରରୁ ଅଧିକ ରହିବାପରେ ଗତକାଲି ସଂକ୍ରମଣ ୭୫ ହଜାରକୁ ଖସିଥିଲା । କିନ୍ତୁ ଆଜି ପୁଣିଥରେ ଦେଶରେ ସଂକ୍ରମଣ ମାମଲା ପ୍ରାୟ ୯୦ ହଜାର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୯ ହଜାର ୭୦୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୧୧୫ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଆଜି ସୁଦ୍ଧା ଦେଶରେ ମୋଟ୍‌ ସଂକ୍ରମଣ ସଂଖ୍ୟା ୪୩ ଲକ୍ଷ ୭୦ ହଜାର ୧୨୮ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୭୩ ହଜାର ୮୯୦କୁ ବୃଦ୍ଧି ପାଇଛି । ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୩ ଲକ୍ଷ ୯୮ ହଜାର ୮୪୪ ଜଣ କରୋନାରୁ ସୁସ୍ଥ ହୋଇ ସାରିଛନ୍ତି । ଫଳରେ ଦେଶରେ କରୋନା ଆରୋଗ୍ୟ ହାର ୭୭.୭୭ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱlସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଦେଶରେ ମୃତ୍ୟୁହାର ୧.୬୯ ପ୍ରତିଶତରୁ କମ୍‌ ରହିଛି । ତେବେ ଏବେ ଦେଶରେ ୮ ଲକ୍ଷ ୯୭ ହଜାର ୩୯୪ ସକ୍ରିୟ ମାମଲା ରହିଛି, ଯାହାକି ମୋଟ୍‌ ସଂକ୍ରମଣ ମାମଲାର ୨୦.୫୩ ପ୍ରତିଶତ । ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି ରେକର୍ଡ ୪୦୩୯ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଦିଲ୍ଲୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଯାଇଛି । ଟେଷ୍ଟିଂ ବଢ଼ାଯିବା ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ପୂର୍ବରୁ ଜୁନ ୨୩ରେ ‌ଦିଲ୍ଲୀରେ ରେକର୍ଡ ୩୯୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁନ ୨୩ର ରେକର୍ଡ ଆଜି ଭାଙ୍ଗିଛି ।

“ଦିଲ୍ଲୀରେ ରେକର୍ଡ଼ ୪୦୩୯ ସଂକ୍ରମଣ”

ଆଇସିଏମ୍‌ଆର ଅନୁଯାୟୀ ଦେଶରେ ସେପ୍ଟେମ୍ବର ୮ ତାରିଖ ସୁଦ୍ଧା ମୋଟ୍‌ ୫ କୋଟି ୧୮ ଲକ୍ଷ ୪ ହଜାର ୬୭୭ ନମୁନା ପରୀକ୍ଷା ହୋଇଛି । ଗତକାଲି ୧୧ ଲକ୍ଷ ୫୪ ହଜାର ୫୪୯ ନମୁନା ପରୀକ୍ଷା ହୋଇଛି । ଦେଶରେ ମୋଟ୍‌ ୭୩ ହଜାର ୮୯୦ ମୃତ୍ୟୁ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୨୭ ହଜାର ୪୦୭, ତାମିଲନାଡ଼ୁରେ ୮ ହଜାର ୧୨, କର୍ଣ୍ଣାଟକରେ ୬,୬୮୦, ଦିଲ୍ଲୀରେ ୪,୬୧୮, ଆନ୍ଧ୍ରପ୍ରଦେଶରେ ୪,୫୬୦, ଉତ୍ତରପ୍ରଦେଶରେ ୪ ହଜାର ୪୭, ପଶ୍ଚିମବଙ୍ଗରେ ୩ହଜାର ୬୭୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଦେଶରେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟ‌ା ମଧ୍ୟରେ ପୁଣି ୭୪ ହଜାର ୮୯୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

Show More
Back to top button