ଜୀବନମନ୍ତ୍ର

ମହିଳାଙ୍କୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ୍ ଏହି ୫ଟି ଜିନିଷ l

ସତ୍ୟଶିଖା ( ଭୁବନେଶ୍ୱର ) ୭ .୦୯.୨୦୨୦ : ଅଧିକାଂଶ ସମୟରେ ଦେଖାଯାଇଥାଏ ଯେ ମହିଳାମାନେ ନିଜ ସ୍ଵlସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେଇ ପାରନ୍ତି ନାହିଁ । ମହିଳାଙ୍କୁ ସୁସ୍ଥ ରହିବା ପାଇଁ ନିଜର ବିଶେ​‌ଷ ଧ୍ୟାନ ରଖିବା ଆବଶ୍ୟକ । ଆଜି ଆମେ ଜାଣିବା ମହିଳାଙ୍କୁ ଡାୟେଟରେ କେଉଁ ଜିନିଷକୁ ସାମିଲ କରିବା ଉଚିତ୍ ? ସୁସ୍ଥ ରହିବା ପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ରଖିବା ଆବଶ୍ୟକ ।

୧. ଦହି : ମହିଳାଙ୍କୁ ଡାୟେଟରେ ଦହି ସାମିଲ କରିବା ଉଚିତ୍ । ଦହିରେ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲସିୟମ୍ ରହିଥାଏ । କ୍ୟାଲସିୟମ୍ ଅଭାବ ହେବାରୁ ବିଭିନ୍ନ ପ୍ରକାରର ରୋଗ ହେବାର ଆଶଙ୍କା ରହିଥାଏ । ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ କ୍ୟାଲସିୟମର ଆବଶ୍ୟକତା ରହିଥାଏ । ଦହି ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ମଧ୍ୟ ଠିକ୍ ରହିଥାଏ ।

୨. ପାଳଙ୍ଗ: ପାଳଙ୍ଗ ସ୍ଵlସ୍ଥ୍ୟ ପାଇଁ ଯଥେଷ୍ଟ ଲାଭଦାୟକ ହୋଇଥାଏ । ପାଳଙ୍ଗରେ ଆଇରନ,ଫୋଲେଟ ଏବଂ ଭିଟାମିନ୍ ମଧ୍ୟ ରହିଥାଏ । ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ଆନିମିଆ ସମସ୍ୟା ହୋଇଥାଏ । ଆନିମିଆ ହେଲେ ପାଳଙ୍ଗ ସେବନ କରିବା ଉପଯୋଗୀ ହୋଇଥାଏ । ସୁସ୍ଥ ରହିବା ପାଇଁ ମହିଳାଙ୍କୁ ଡାୟେଟରେ ପାଳଙ୍ଗକୁ ସାମିଲ କରିବା ଉଚିତ୍ ।

୩. ଅଳସୀ ମଞ୍ଜି : ମହିଳାଙ୍କୁ ଡାୟେଟରେ ଅଳସୀ ମଞ୍ଜିକୁ ସାମିଲ କରିବା ଉଚିତ୍‌ । ଅଳସୀ ମଞ୍ଜି ସ୍ଵlସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଅଳସୀ ମଞ୍ଜିରେ ଓମେଗା ୩ ଫ୍ୟାଟି ଏସିଡ ପ୍ରଚୁର ମାତ୍ରାରେ ଥାଏ ଯାହା ମସ୍ତିଷ୍କ ଏବଂ ଆଖିର ବିକାଶରେ ସହାୟକ ହୋଇଥାଏ । ଅଳସୀ ମଞ୍ଜି ସେବନ କରିବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ ।

୪.ସୋୟାବିନ : ସୋୟାବିନ୍ ସେବନ ସ୍ଵlସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସୋୟାବିନରେ ଆଇରନ,ଫୋଲେଟ,କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ପ୍ରଚୁର ମାତ୍ରାରେ ଥାଏ । ମହିଳାଙ୍କୁ ଡାୟେଟରେ ସୋୟାବିନ୍ ସାମିଲ କରିବା ଉଚିତ୍ ।

୫. ପିଜୁଳି : ପିଜୁଳିରେ ଭିଟାମିନ୍ ସି ଏବଂ କ୍ୟାଲସିୟମ ପ୍ରଚୁର ମାତ୍ରାରେ ଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ମହିଳାଙ୍କୁ ଡାୟେଟରେ ପିଜୁଳି ସାମିଲ କରିବା ଉଚିତ୍ । ଆନିମିଆ ସମସ୍ୟାରେ ମଧ୍ୟ ପିଜୁଳି ସେବନ ଲାଭଦାୟକ ହୋଇଥାଏ । ପିଜୁଳିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ ଯାହା ତ୍ୱଚା ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।

Show More
Back to top button