

ସତ୍ୟଶିଖା ୭ .୦୯.୨୦୨୦: ଦୁର୍ଘଟଣା ପରିବାର ପାଇଁ ଏମିତି ଦୁଃଖ ଆଣିଦେବ ଏକଥା ଘରୁ ଗୋଡ କାଢିଲା ବେଳକୁ ଜାଣିନଥିଲା ରୋଜଗାରିଆ ପୁଅ । କିନ୍ତୁ ଏବେ ସ୍ଥିତି ଏମିତି ହୋଇଛି ପରିବାର ଲୋକେ ଆଗକୁ ଚଳିବେ କେମିତି ସେହି ଚିନ୍ତା ମାଡିବସିଛି । ଜୀବିକା ପାଇଁ ଆଗକୁ ବଢୁଥିବା ବେଳେ ଜୀବନ ଯାଇଛି । ଏବେ ପରିବାର ଲୋକେ ଜାଣିଛନ୍ତି ଆଉ ଫେରିବନି ରୋଜଗାରିଆ ପୁଅ, ଆଉ ଫେରିବନି ରୋଜଗାରିଆ ସ୍ୱାମୀ । ଆଗକୁ କେମିତି ଜୀବନ ବଂଚିବେ, କେବଳ ଭଗବାନଙ୍କ ଭରସାରେ ରହିଛନ୍ତି ମୃତକଙ୍କ ପରିବାରଲୋକେ ।
ଜୀବିକା ପାଇଁ ବାହାର ରାଜ୍ୟକୁ ଯାଉଥିବା ବେଳେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଏବେ ପ୍ରାଣ ହରାଇଥିବା ପରିବାର ପାଇଁ ଏମିତି ଦୁଃଖ ଆଣିଛି ଯାହା କେବଳ ଦେଖିଲେ ହିଁ ଅନୁଭବ କରିହୁଏ । ମୃତକଙ୍କ ପରିବାରରେ ପଡିଛି କାନ୍ଦ ବୋବାଳି । ଆମେ ଆପଣଙ୍କୁ ଦେଖାଉଛୁ ଦୁଇଟି ପରିବାରର ଦୃଶ୍ୟ । ଦୁର୍ଘଟଣାରେ ପରିବାରର ରୋଜଗାରିଆ ପୁଅକୁ ହରାଇଥିବା ମା , ରୋଜଗାରିଆ ସ୍ୱାମୀକୁ ହରାଇଥିବା ସ୍ତ୍ରୀ ଅବ କେମିତି କୋହ ସମ୍ଭାଳିବ ।