ରାଜ୍ୟ

ସମସ୍ତ ପରିବେଶ ପର୍ଯ୍ୟଟନସ୍ଥଳୀ ବୁକିଂ ରଦ୍ଦ

ଭୁବନେଶ୍ୱର(ସତ୍ୟଶିଖା): କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ସମସ୍ତ ପରିବେଶ ପର୍ଯ୍ୟଟନସ୍ଥଳୀର ବୁକିଂକୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ରଦ୍ଦ କରିଛନ୍ତି। ଏହାସହିତ ଜୟଦେବ ବାଟିକାଙ୍କୁ ୩୧ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବାବେଳେ ଏକାମ୍ର କାନନକୁ ପ୍ରତ୍ୟେକ ଦିନ ୨ଟା ପରଠୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ପରିବେଶ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଦିନ ଭ୍ରମଣ ବ୍ୟବସ୍ଥାକୁ ମଧ୍ୟ ସାମିୟକ ଭାବେ ସ୍ଥଗିତ ରଖାଯାଇଛି। ଏହି ସମୟ ମଧ୍ୟରେ ବୁକିଂ କରିଥିବା ସମସ୍ତ ପର୍ଯ୍ୟଟକଙ୍କୁ ଶତପ୍ରତିଶତ ଅଗ୍ରୀମ ଅର୍ଥ ଫେରସ୍ତ କରାଯିବ। ରାଜ୍ୟର ସମସ୍ତ ପ୍ରାଣୀ ଉଦ୍ୟାନ ଜନସାଧାରଣଙ୍କ ନିମନ୍ତେ ବର୍ତ୍ତମାନ ପାଇଁ ବନ୍ଦ ରହିବ।



[ad_2]

Show More
Back to top button