ରାଜ୍ୟ

ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସମୂହ ଛୁଟି

ଭୁବନେଶ୍ୱର(ସତ୍ୟଶିଖା): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି। ଏହି ଦୁଇ ବର୍ଗର କର୍ମଚାରୀମାନଙ୍କୁ ଆସନ୍ତାକାଲିଠୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଅଫିସ ଆସିବାକୁ ପଡ଼ିବନାହିଁ। ସେହିପରି ଜିଲ୍ଲାସ୍ତରରେ ଏହି ବର୍ଗର କର୍ମଚାରୀମାନଙ୍କ ମଧ୍ୟରୁ କିଏ ଅଫିସ ଆସିବେ ତାହା ଜିଲ୍ଲାପାଳ କିମ୍ବା ନିର୍ଦ୍ଦେଶକସ୍ତରର ଅଫିସରମାନେ ସ୍ଥିର କରିବେ। ଅତି ଜରୁରୀ ଥିଲେ ସେମାନଙ୍କୁ ଓସ୍ୱାସ୍ ମାଧ୍ୟମରେ କାର୍ଯ୍ୟ କରିବାକୁ ମଧ୍ୟ ପ୍ରୋତ୍ସାହିତ କରାଯିବ । ଏ ନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ମାର୍ଚ୍ଚ ୨୦ରୁ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟର ଗ୍ରୁପ୍ ସି ଓ ଡି ବର୍ଗର କର୍ମଚାରୀଙ୍କ ନିମନ୍ତେ ଛୁଟି ଘୋଷଣା କରାଯାଇଥିବାବେଳେ ଅନ୍ୟ ବର୍ଗର ଅଧିକାରୀମାନେ ନିୟମିତ ଭାବେ ଅଫିସ ଆସିବେ। ଏହାବ୍ୟତୀତ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ, ଯେଉଁ କର୍ମଚାରୀମାନେ କାର୍ଯ୍ୟସ୍ଥଳରେ ନିଜକୁ ଅସୁସ୍ଥ ଅନୁଭବ କରିବେ ସେମାନେ ତୁରନ୍ତ ନିଜର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରି ୧୪ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନରେ ରହିପାରିବେ। ଏହାପରେ ଯଦି ସେମାନେ ଅଧିକ ଦିନ ଛୁଟିରେ ରହିବେ ତାହା ସାଧାରଣ ଛୁଟି ଭାବେ ବିବେଚନା କରାଯିବ। ଏହାବ୍ୟତୀତ ଯେଉଁ ସରକାରୀ କର୍ମଚାରୀମାନଙ୍କର ପରିବାର ସଦସ୍ୟ କେହି ମାର୍ଚ୍ଚ ୪ତାରିଖ ପୂର୍ବରୁ ଓ ସେହିଦିନ ବିଦେଶରୁ ଫେରିଥିବେ ସେମାନଙ୍କୁ ମଧ୍ୟ ସ୍ୱଇଚ୍ଛାରେ ହୋମ୍ କ୍ୱାରେଣ୍ଟାଇନରେ ୧୪ଦିନ ରହିବା ପାଇଁ ଅନୁମତି ଦିଆଯାଇଛି। ତେବେ ଏହାପରେ ସେମାନେ ଅଫିସ ଆସିବା ପୂର୍ବରୁ ନିଜକୁ ମେଡିକାଲ ଫିଟ୍ ଥିବା ଦର୍ଶାଇବେ।



[ad_2]

Show More
Back to top button