

ସତ୍ୟଶିଖା ୦୧ .୦୯ .୨୦୨ ୦ : ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା । ଆଜି କଟକ ସହରରୁ ଆଉ ୧୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୬୭ ଜଣ ସରକାରୀ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୫୭ ଜଣ ହୋମ କ୍ୱାରେନଣ୍ଟାଇନରୁ । ସେହିପରି ୭୪ ଜଣ ସ୍ଥାନୀୟ ସଂକ୍ରମିତ। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।
କଟକ ସହରରେ ଏବେ ସୁଦ୍ଧା ୫,୧୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଲେଣି । ସେଥି ମଧ୍ୟରୁ ୩,୨୩୨ ଜଣ ସୁସ୍ଥ ହୋଇଛନ୍ତି । ୨୭ ଜଣଙ୍କର ମୃତ୍ୟୁ ହୋଇଛି ଓ ୧,୮୬୩ଟି ସକ୍ରିୟ କେସ୍ ରହିଛି ।