ନ୍ୟୁଜ୍ରାଜ୍ୟ

ରାଜ୍ୟରେ ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ହଟାଇ ଦିଆଯାଇଛି ।

ସତ୍ୟଶିଖା ( ଭୁବନେଶ୍ୱର  ) ୧ .୦୯ .୨୦୨ ୦ :  ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍ ଆଣିଛନ୍ତି ରାଜ୍ୟ ସରକାର ।  ଏହି ନୂଆ ଗାଇଡ୍‌ଲାଇନ୍‌ରେ ରାତ୍ରୀକାଳୀନ କର୍ଫ୍ୟୁକୁ ହଟାଇ ଦିଆଯାଇଛି । ଏଥିସହ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ସହରରେ ହେଉଥିବା ସପ୍ତାହନ୍ତ ସଟଡାଉନକୁ ମଧ୍ୟ ବାଦ୍ ଦିଆଯାଇଛି । ପୂର୍ବରୁ  ରାଜ୍ୟ ସରକାର ରାତି ୯ଟା ପର୍ଯ୍ୟନ୍ତ ଚଳାଚଳ ପାଇଁ ଅନୁମତି ଦେଇଥିଲେ । ଯାହାକୁ ଆଜିଠାରୁ ହଟାଇ ଦିଆଯାଇଛି ।

ଏବେ ଲୋକମାନେ ବିନା କୌଣସି ଅସୁବିଧାରେ ଯାତାୟାତ କରିପାରିବେ । ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯେଉଁ ସପ୍ତାହନ୍ତ ସଟଡାଉନ୍ ହେଉଥିଲା ତାହା ଆଉ ହେବ ନାହିଁ । ଏହାକୁ ମଧ୍ୟ ଆଜିଠାରୁ ଉଚ୍ଛେଦ କରିଦିଆଯାଇଛି । କେବଳ କଣ୍ଟେନମେଣ୍ଟ ଜୋନରେ କଟକଣା ରହିବ । ସ୍ଥାନୀୟ ପ୍ରଶାସନମାନେହିଁ ଏହି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବେ ।

Show More
Back to top button