ନ୍ୟୁଜ୍

ବିଧାୟକଙ୍କୁ ନବୀନଙ୍କ ଉଦବୋଧନ ।

ସତ୍ୟଶିଖା ୩୦ .୦୮.୨୦୨୦ :  ବିଜେଡି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଜେଇଇ-ନିଟରେ ପିଲାମାନେ ଯେଭଳି ଭଲଭାବେ ପରୀକ୍ଷାଦେବେ ସେଥିପାଇଁ ସବୁ ବିଧାୟକ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ସଂକ୍ରମଣରେ ଭାରତ ବିଶ୍ୱରେ ସବୁଠାରୁ ଆଗରେ ଅଛି । କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ଯୋଗୁଁ ରାଜ୍ୟରେ ଆରୋଗ୍ୟହାର ବଢୁଛି ଓ ମୃତ୍ୟୁହାର କମ ରହିଛି । ତେଣୁ ଏହି ସଙ୍କଟ ସମୟରେ ଲୋକଙ୍କ ସାଥିରେ ରହିବାକୁ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ।

ସେହିଭଳି କରୋନା ନେଇ ଲୋକଙ୍କୁ ସଚେତନ କରିବାକୁ ସେ ବିଧାୟକଙ୍କୁ ଅପିଲ କରିଛନ୍ତି । ଲଘୁଚାପ ସମୟରେ ରାଜ୍ୟରେ ବନ୍ୟା ଆସିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଅସୁବିଧା ସମୟରେ ବିଧାୟକ ଲୋକଙ୍କ ସାଥିରେ ରୁହନ୍ତୁ । ସେହିଭଳି ନିଟ୍- ଜେଇଇରେ ଯେଭଳି ପିଲାମାନେ ଯେଭଳି ସୁରୁଖୁରୁରେ ପରୀକ୍ଷା ଦେଇପାରିବେ ସେ ନେଇ ବିଧାୟକ ପୁରା ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ଅପିଲ କରିଛନ୍ତି ।

Show More
Back to top button