କରୋନା ସହ ବିଶ୍ୱ ଯୁଦ୍ଧ କରୁଛି ବୋଲି କହିଲେ ଟ୍ରମ୍ପ, ଚାଇନାକୁ କଲେ ଟାର୍ଗେଟ


ୱାଶିଂଟନ: କରୋନା ଭାଇରସ ସାରା ବିଶ୍ୱକୁ କବଳିତ କରିବାକୁ ବସିଥିବା ବେଳେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି। କରୋନା ଭାଇରସର ଅଦୃଶ୍ୟ ଆର୍ମି ସହ ପୂରା ବିଶ୍ୱ ଯୁଦ୍ଧ କରୁଛି ବୋଲି ଟ୍ରମ୍ପ କହିଛନ୍ତି। ଏଥିସହ ସେ ପୁଣିଥରେ କରୋନାକୁ ଚାଇନିଜ ଭାଇରସ କରି ବେଜିଂକୁ ଟାର୍ଗେଟ କରିଛନ୍ତି।
ଟ୍ରମ୍ପ ଆଜି ହ୍ୱାଇଟ ହାଉସରେ ରିପୋର୍ଟରମାନଙ୍କୁ କହିଛନ୍ତି, “ବର୍ତ୍ତମାନ ଆମେ ସମସ୍ତେ ଯେଉଁ ସ୍ଥିତିର ସମ୍ମୁଖୀନ ହେଉଛୁ, ତା’କୁ ନିଶ୍ଚିତ ପଛରେ ପକାଇ ଆଗକୁ ବଢ଼ିବା। ବିଶ୍ୱ କରୋନା ସହ ଯେଉଁ ଯୁଦ୍ଧ କରୁଛି, ସେଥିରେ ନିଶ୍ଚୟ ବିଜୟ ହେବ। ବିଜୟ ବହୁତ ଶୀଘ୍ର ଆମ ପାଖକୁ ଆସିବ। ଆମକୁ ବିମାନ ସେବା କମ୍ପାନୀକୁ ସହଯୋଗ କରିବାକୁ ପଡ଼ିବ।
ଆହୁରି ପଢ଼ନ୍ତୁ
ସେମାନେ ବହୁତ କ୍ଷତି ସହିଲେଣି। ଏହା ସେମାନଙ୍କର ଭୁଲ ନୁହେଁ। ସବୁ କିଛି ବହୁତ ଶୀଘ୍ର ଠିକ ହୋଇଯିବ। ଆମେ ବର୍ତ୍ତମାନ ଭାଇରସ ବିରୋଧରେ ଯୁଦ୍ଧ କରୁଛୁ। ଏହି ଯୁଦ୍ଧ ଶୀଘ୍ର ଶେଷ ହେବ। ଆମ ଲକ୍ଷ୍ୟ ହେଉଛି ଭାଇରସକୁ ପରାସ୍ତ କରିବା ଓ ଆମେ ଏଥିରେ ନିଶ୍ଚୟ ସଫଳ ହେବୁ। ଶତ୍ରୁ ଲୁଚି ଲୁଚି ମାନବ ସମାଜକୁ ଟାର୍ଗେଟ କରୁଛି। ଆମକୁ ଏକାଠି ହୋଇ ଏହା ଉପରେ ପ୍ରହାର କରିବାକୁ ପଡ଼ିବ।”
ଏହାର କିଛି ସମୟ ପରେ ଟ୍ରମ୍ପ ଟ୍ୱିଟ କରି ଚାଇନାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ମୁଁ ସର୍ବଦା ଚାଇନିଜ ଭାଇରସକୁ ବେଶ ଗୁରୁତର ଭାବେ ବିଚାର କରେ। ଏବେ ଏହି ଚାଇନିଜ ଭାଇରସ ମୁକାବିଲା କରିବା ପାଇଁ ଆମେ ଆରମ୍ଭରୁ ପଦକ୍ଷେପ ନେଇଛୁ। ଏଥିପାଇଁ ମୁଁ ପୂର୍ବରୁ ହିଁ ସୀମାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲି।
ଚାଇନା ସହ ସୀମା ବନ୍ଦ କରିବା ବେଳେ ଅନେକ ବିରୋଧ କରୁଥିଲେ। ହେଲେ ଏହା ବିରୋଧରେ ଯାଇ ମୁଁ ସୀମା ବନ୍ଦ କରିବାକୁ କହିଥିଲି। ବର୍ତ୍ତମାନ ଏଥିଯୋଗୁ ବହୁ ଜୀବନ ବଞ୍ଚିଗଲା। ଫେକ ନ୍ୟୁଜ ଆଦୌ ଗ୍ରହଣୀୟ ନୁହେଁ କିମ୍ବା ଏଥିରେ କୌଣସି ସତ୍ୟତା ନଥାଏ।”
[ad_2]