ନ୍ୟୁଜ୍

ପୁଣି ଖୋଲିଲା ହୀରାକୁଦର ୧୫ଟି ଗେଟ୍‌ l

ସତ୍ୟଶିଖା ( ସମ୍ବଲପୁର ) ୨୨ . ୦୮.୨୦୨୦ :  ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢିବାରୁ ପର୍ଯ୍ୟାୟକ୍ରମେ ହୀରାକୁଦର ଗେଟ୍‌ ଗୁଡିକୁ ଖୋଲାଯାଉଛି ।  ପୁଣି ହୀରାକୁଦର ୧୫ଟି ଗେଟ୍‌ ଖୋଲିଛି । ଗତକାଲି ୧୩ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା ।  ତେବେ ଜଳସ୍ତର ବଢିବାରୁ ଆଜି ପୁଣି ୨ଟି ଗେଟ୍‌ ଖୋଲାଯାଇଛି । ବର୍ତ୍ତମାନ ୧୫ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରର ଜଳସ୍ତର ୬୧୯.୧୫ଫୁଟ ରହିଛି । ତେବେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୮୮ହଜାର ୨୦୯କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୨ଲକ୍ଷ ୧୯ହଜାର ୬୪୮କ୍ୟୁସେକ୍‌ ଜଳ ।

Show More
Back to top button