ନ୍ୟୁଜ୍
ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ପଜିଟିଭ୍ l


ସତ୍ୟଶିଖା ( ଭଦ୍ରକ ) ୨୨ . ୦୮.୨୦୨୦ : ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ କରୋନା ଲକ୍ଷଣ ଦେଖାଯିବା ପରେ ସେ ପରୀକ୍ଷା କରାଇଥିଲେ ଓ ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କ ସ୍ୱାସ୍ଥ୍ୟ ଭଲ ଓ ସ୍ଥିର ଅଛି । ସେ ହୋମ୍ କ୍ୱାରେଣ୍ଟାଇନ୍ରେ ଅଛନ୍ତି । ଏଥି ସହିତ ଯେଉଁମାନେ ଗତ କିଛି ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଏକାନ୍ତବାସରେ ରହିବାକୁ ଓ ପରୀକ୍ଷା କରାଇ ନେବାକୁ ସାଂସଦ ମଞ୍ଜୁଲତା ମଣ୍ଡଳ ଅନୁରୋଧ କରିଛନ୍ତି ।