ଫେସବୁକରେ ବଡ଼ ପରିବର୍ତ୍ତନ ସେପ୍ଟେମ୍ବରରେ ବନ୍ଦ ହେବ କ୍ଲାସିକ ଫେସବୁକ୍ l


ସତ୍ୟଶିଖା ୨୨ . ୦୮.୨୦୨୦ : ସୋସିଆଲ ନେଟୱାର୍କିଂ ୱେବସାଇଟ ଫେସବୁକରେ ଗତ କିଛି ମାସ ଧରି ଲେଆଉଟ ଉପରେ କାମ ଚାଲିଛି । ଏହି ଲେଆଉଟକୁ କିଛି ଦିନ ଧରି ଅପ୍ସନ ରୂପରେ ବ୍ୟବହାର କରାଯାଉଥିଲା । ଏବେ କମ୍ପାନୀ ଏଥିରେ କିଛି ପରିବର୍ତ୍ତନ ଆଣିବ ଓ ଖୁବଶୀଘ୍ର କ୍ଲାସିକ୍ ବନ୍ଦ ହୋଇଯିବ । ଏକ ନୂଆ ଲୁକରେ ଲୋକମାନଙ୍କ ନିକଟରେ ଉପସ୍ଥାପନ କରିବ ଫେସବୁକ । ଫେସବୁକ କ୍ଲାସିକ ସେପ୍ଟେମ୍ବରରେ ବନ୍ଦ ହେବ ବୋଲି ଲୋକଙ୍କ ନିକଟକୁ କମ୍ପାନୀ ପକ୍ଷରୁ ଫିଡବ୍ୟାକ୍ ମଗାଯାଉଛି । ୟୁଜରଙ୍କ ସ୍କ୍ରିନରେ ଏକ ମେସେଜ ଆସୁଛି । ଏଥିରେ କୁହାଯାଉଛି ଯେ, ଆପଣ ଏବେ ଫେସବୁକ.କମକୁ ବ୍ୟବହାର କରି ଦେଖିପାରିବେ ।
ନୂଆ ଫେସବୁକ କଥା ଦେଖିବାକୁ ଗଲେ କମ୍ପାନୀ କହିଛି ଯେ, ନ୍ୟୁଜ ଫିଡ୍ ପ୍ରଥମରୁ ଅଧିକ ପ୍ରଶସ୍ତ ରହିବ । ଏହାକୁ ଲୋଡିଂ କରିବା ସମୟ ସାପେକ୍ଷ । ଏଥିରେ ଡାର୍କ ମୋଡ ମଧ୍ୟ ରଖାଯାଇଛି । ଏଥିରେ ଇଣ୍ଟିଗ୍ରେଟେଡ ମେସେଜ ଦିଆଯାଇଛି । ଆଇକନକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ଫେସବୁକର ନୂଆ ଲେଆଉଟ ମୋବାଇଲ ଇଣ୍ଟରଫେସ୍ ସହ ଖାପଖୁଆଇଲା ଭଳି ହୋଇଛି ।