ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିଶ୍ଵରୁ ମୂଳପୋଛ ହୋଇଯିବ କରୋନା l


ସତ୍ୟଶିଖା ୨୨ . ୦୮.୨୦୨୦ : ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିଶ୍ଵରୁ ମୂଳପୋଛ ହୋଇଯିବ କରୋନା ଭୂତାଣୁ । ଏହା କହିଛନ୍ତି ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଟେଡ୍ରୋସ ଅଧାନମ ଗବ୍ରିୟେସ୍ । କରୋନା ମହାମାରୀ ବର୍ତ୍ତମାନ ସମୟରେ ସାରା ବିଶ୍ଵକୁ କବଳିତ କରିଛି । ଭାରତରେ ମଧ୍ୟ ସଂକ୍ରମଣ ହାର ଶୀର୍ଷକୁ ଛୁଇଁଲାଣି । ଦେଶରେ ପ୍ରତ୍ୟେକ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବଂ ସକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ତେବେ କେବେ ବିଶ୍ଵରୁ ହଟିବ ଏ ମହାମାରୀ ? କଣ ଟିକା ଆସିବାପରେ ଏହି ଭୂତାଣୁ କବଳରୁ ସମସ୍ତେ ମୁକ୍ତି ପାଇବେ କି ? ଏପରି ଅନେକ ପ୍ରଶ୍ନର ଜବାବ ଡବ୍ଲୁଏଚ୍ଓ ପକ୍ଷରୁ ରଖାଯାଇଛି । ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଟେଡ୍ରୋସ ଅଧାନମ ଗବ୍ରିୟେସ୍ କହିଛନ୍ତି ଯେ, ସ୍ପାନିଶ୍ ଫ୍ଲୁ ପରି କରୋନା ଭୂତାଣୁ ବେଶିଦିନ ବିଶ୍ଵରେ ରହିବ ନାହିଁ । ପ୍ରାୟ ୨ ବର୍ଷ ମଧ୍ୟରେ ଏହା ଶେଷ ହୋଇଯିବ । ବର୍ତ୍ତମାନର କରୋନା ଭୂତାଣୁ ପରି ୧୯୧୮ ମସିହାରେ ସ୍ପାନିଶ୍ ଫ୍ଲୁ ସାରା ବିଶ୍ଵରେ କାୟା ବିସ୍ତାର କରିଥିଲା । ଏହା ବିଶ୍ଵରୁ ମୂଳପୋଛ ହେବାକୁ ପ୍ରାୟ ଦୁଇବର୍ଷ ସମୟ ଲାଗିଥିଲା । ସେହିପରି କରୋନା ମଧ୍ୟ ଶେଷ ହୋଇଯିବ ।