
ସତ୍ୟଶିଖା ( ଭୁବନେଶ୍ୱର ) ୨୦. ୦୮.୨୦୨୦ : ଆଜି ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳ ରେ ୪୫ ଜଣଙ୍କୁ ନୂଆ ସମ୍ପାଦକ ଓ ୪୧ ଜଣଙ୍କୁ ନୂଆ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି । କିଶୋର ତରାଇ ଓ ସଂଘମିତ୍ରା ଦଳେଇଙ୍କୁ ଏସ.ସି. କଲ୍ୟାଣ ଦାୟିତ୍ବ ଦିଆଯାଇଛି । ଅନୁଭବ ପଟ୍ଟନାୟକ, କେ ଶାନ୍ତି, ବିଷ୍ଣୁପ୍ରିୟା ଦାସଙ୍କୁ ମହିଳା ସଶକ୍ତିକରଣ ସଂପାଦକ ଦାୟିତ୍ବ ପ୍ରଦାନ କରାଯାଇଛି । ଅମରେଶ ପତ୍ରୀ, ରଞ୍ଜିତ ମହାପାତ୍ରଙ୍କୁ ଯୁବ ବ୍ୟାପାର ଦାୟିତ୍ବ ମିଳିଛି । ଅମରଜିତ୍ ସେନାପତି, ମନ୍ଦାକିନୀ କର ଓ ବିଶ୍ୱଜିତ୍ ସାମନ୍ତରାୟଙ୍କୁ ଛାତ୍ର ବ୍ୟାପାର ଦାୟିତ୍ୱ ଦିଆଯାଇଛି । ଚିନ୍ମୟ ସାହୁ, ଅମରେଶ ଜେନା, ସୌଭାଗ୍ୟ ନାୟକ, ସୁବ୍ରମଣ୍ୟମ୍ ମହାନ୍ତି, ସୁବାସ ମହାରଣା ଓ ଶୈଳେଶ ଦାନିଙ୍କୁ ସଶକ୍ତ ଓଡିଶା ଦାୟିତ୍ୱ । ରବି ନାରାୟଣ ନନ୍ଦ, ସଂଗ୍ରାମ କେଶରୀ ପାଇକରାୟ, ଶଶୀ ସାହୁ, ପ୍ରୟାସକାନ୍ତି ସାମଲ, ମାରୁତ ପାଳୋଙ୍କୁ କଳା, ସଂସ୍କୃତି ଓ ଏଚଆରଡି ଦାୟିତ୍ୱ । ଶେଖ୍ ନିଜାମୁଦ୍ଦୀନ ଓ ମହମ୍ମଦ ଡବ୍ଲୁ ସକିଲଙ୍କୁ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱରୀ କିଷାନ, ଭାରତୀ ସିଂହ ଓ କୃଷ୍ଣଚନ୍ଦ୍ର ଦାସଙ୍କୁ ଆଦିବାସୀ ସଶକ୍ତିକରଣ ସହ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ଦିଆଯାଇଛି । ସୁବାସ ପାତ୍ର, ଦୁର୍ଗା ସାମନ୍ତରାୟ, ଅଜୟ ନାୟକ, ଶିଶିର ପରିଜା ଓ ମୀରା ପରିଡାଙ୍କୁ ଓଡିଶା ମୋ ପରିବାର ଦାୟିତ୍ୱ । ପୁଷ୍ପେନ୍ଦ୍ର ସିଂହ ଦେଓ, ସରୋଜ କର୍ଣ୍ଣ, ଟି. ପ୍ରସାଦ ରାଓ ଦୋରା, ଜଦଦୀଶ ପାତ୍ରଙ୍କୁ ସାମାଜିକ କଲ୍ୟାଣ ଦାୟିତ୍ୱ । ସ୍ୱାଧୀନ ନାୟକ, କୁନା ବିହାରୀ ଦାସ, ସନ୍ତୋଷ ପଟ୍ଟନାୟକ, ହର୍ଷବର୍ଦ୍ଧନ ସିଂହ ଦେଓ ଓ ରଞ୍ଜିତ ସାହୁଙ୍କୁ ଆଞ୍ଚଳିକ ବିକାଶ ଦାୟିତ୍ୱ ଦିଆଯାଇଛି । ଉତ୍ତରା ପାତ୍ର, ତପନ ଦାସ, କୃଷ୍ଣ ପଣ୍ଡା, ତ୍ରିନାଥ ଗୋଏଲ ଓ ଚନ୍ଦ୍ରକାନ୍ତ ସାମଲଙ୍କୁ ପରିବେଶ ଦାୟିତ୍ୱ ।
ଯୁଗ୍ମ ସମ୍ପାଦକଙ୍କ ପୂରା ତାଲିକା…


