ଦେଶ

ପୁଣି ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ପାକ ମନ୍ତ୍ରୀ l

ଏହାସଯ ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ ଏହା ନିର୍ଣ୍ଣାୟକ ହେବ । ପାକିସ୍ତାନ ବ୍ୟବହାର କରିବାକୁ ଥିବା ପାରମାଣୁ ବୋମା ମୁସଲମାନଙ୍କର କୌଣସି କ୍ଷତି ନକରି ଆସାମ ପର୍ଯ୍ୟନ୍ତ ଧ୍ୱଂସଲୀଳା ରଚିପାରିବ ବୋଲି ଇମ୍ରାନ ସରକାରଙ୍କ ମନ୍ତ୍ରୀ କହିଛନ୍ତି ।

ଏହା ଶେଖ ରଶିଦଙ୍କ ପ୍ରଥମ ଧମକ ନୁହେଁ ପୂର୍ବରୁ ଅନେକ ଥର ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ । ଏହା ପୂର୍ବରୁ ଭାରତର ନାଁ ନନେଇ ପରମାଣୁ ଯୁଦ୍ଧର ଧମକ ଦେଇଥିଲେ ଶେଖ ରଶିଦ । ପରମ୍ପରାଗତ ଯୁଦ୍ଧ ନୁହେଁ ବରଂ ପରମାଣୁ ଯୁଦ୍ଧ ହେବ ବୋଲି ଧମକ ଦେଇଥିଲେ । ନିକଟରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ଉପରେ ମଧ୍ୟ ମନ୍ତବ୍ୟ ଦେଇଥିଲେ ଶେଖ ରଶିଦ । ସେ କହିଥିଲେ, ଭାରତ ଏବେ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇ ରହିନାହିଁ । ଏବେ ଏହା ଏକ ଧର୍ମ ରାଷ୍ଟ୍ରରେ ପରିଣତ ହୋଇଛି । ଏଭଳି ଏକ ମନ୍ତବ୍ୟରେ ଭାରତ ଦେଇଥିଲା କଡ଼ା ଜବାବ । ବୈଦେଶିକ ମନ୍ତ୍ରାଳୟ କହିଥିଲା, ଯେଉଁ ଦେଶ ଆତଙ୍କବାଦର ପ୍ରସାର କରୁଛି ସେ ହିଁ ଧାର୍ମିକ ଭେଦଭାବ ସୃଷ୍ଟି କରିବାକୁ ଏଭଳି ବୟାନ ଦେଇପାରିବ ।

Show More
Back to top button