ନ୍ୟୁଜ୍

ନିଯୁକ୍ତି ଲୋଭ ଦେଖାଇ ଅନଲାଇନରେ ଆପଣଙ୍କ ଏଟିଏମରୁ ହୋଇପାରେ ତଥ୍ୟ ଚୋରି l

ସତ୍ୟଶିଖା ( ଭୁବନେଶ୍ୱର ) ୨୦ .୦୮.୨୦୨୦ :  କରୋନା କାଳରେ ସାଇବର ଠକେଇର ତରିକା । ନିଯୁକ୍ତି ଲୋଭ ଦେଖାଇ ଅନଲାଇନରେ ଆପଣଙ୍କ ଏଟିଏମରୁ ହୋଇପାରେ ତଥ୍ୟ ଚୋରି । ଆଉ ଏହି ଠକେଇର ଚେର ଲମ୍ବିଛି ଜର୍ମାନୀ । ଯେଉଁଠି ରହିଛି କ୍ରାଇମ ଅପରେଟ୍ କରୁଛନ୍ତି ସାଇବର୍ ଠକ । ଏମିତି କିଛି ୱେବସାଇଟକୁ ନେଇ ସତର୍କ କରିଛି କ୍ରାଇମବ୍ରାଞ୍ଚ । ଏଥିପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ହୋଇଛି ନିର୍ଦେଶନାମା । ଚାକିରୀ ପାଇଁ ଇଣ୍ଟରନେଟରେ ଥିବା ବିଭିନ୍ନ ୱେବସାଇଟର ସାହାଯ୍ୟ ନେଉଛନ୍ତି ଯୁବପିଢ଼ୀ । କିନ୍ତୁ ଚାକିରୀ ଲୋଭ ଦେଖାଇ ୱେବସାଇଟ ମାଧ୍ୟମରେ ଏଟିଏମର ତଥ୍ୟ ଚୋରି କରୁଛନ୍ତି ସାଇବର ଅପରାଧୀ । କ୍ରାଇମବ୍ରାଞ୍ଚ ଜାରି କରିଥିବା ଏ ନିର୍ଦ୍ଦେଶନାମା ଉପରେ ନଜର ପକାନ୍ତୁ । ଯେଉଁଥିରେ ସବୁ ଜିଲ୍ଲାର ଏସପିଙ୍କ ସମେତ କଟକ ଓ ଭୁବନେଶ୍ୱର ଡିସିପିଙ୍କୁ କଡାନଜର ରଖିବାକୁ ନିର୍ଦେଶ ଦିଆଯାଇଛି ।

ଚାକିରୀ ପାଇଁ ଆବେଦନ କରି ଆପଣ www.shinejob.tech ୱେବସାଇଟ ଖୋଲିଲେ ଆପଣଙ୍କୁ ସମ୍ପୂର୍ଣ୍ଣ ପରିଚୟ ସହ ATM  ତଥ୍ୟ ଓ CVV କୋଡ ମାଗୁଛି । ଏଥିପାଇଁ ୧୦ ଟଙ୍କା ଦେୟ ଲାଗୁଛି । ହେଲେ ଶେଷ ୱେବ ପେଜ ଖୋଲିଲା ବେଳକୁ ଗେଟ ୱେ ଏରର । ଏତିକି ସମୟ ଭିତରେ ଆପଣ ଦେଇଥିବା ATM ର ସମସ୍ତ ତଥ୍ୟ ଚୋରି ହୋଇଯାଉଛି । ଏନେଇ ତଦନ୍ତ କରିବାରୁ ଜଣାପଡିଛି ।

ଆଇପି ଆଡ୍ରେସ୍ ଜର୍ମାନୀର । ତେବେ କାର୍ଡ ନମ୍ବର , CCV ନମ୍ବର ଓ ପିନ୍ କୌଣସି ଅଜଣା ୱେବସାଇଟରେ ନ ଦେବାକୁ ପରାମର୍ଶ ଦେଇଛି କ୍ରାଇମବ୍ରାଞ୍ଚ । ବ୍ୟାଙ୍କ ଆକାଉଣ୍ଟ ଭେରିଫିକେସନ ସହ ମଦ ହୋମ ଡେଲିଭରୀ ଭଳି ବିଭିନ୍ନ ଉପାୟରେ ଲୋକଙ୍କୁ ସାଇବେର ଠକ ଚୁନ ଲଗେଇବାର ନଜିର ରହିଛି । ଏବେ ଚାକିରୀ ନାଁରେ ୱେବସାଇଟରୁ ATM ତଥ୍ୟ ଚୋରି କରୁଛନ୍ତି ସାଇବର ଅପରାଧୀ । ଏହାର ଲିଙ୍କ୍ ବିଦେଶକୁ ଲମ୍ବିଥିବାରୁ କ୍ରାଇମ ବ୍ରାଞ୍ଚ ପାଇଁ ଚିନ୍ତା ବଢାଇଛି ।

Show More
Back to top button