ଫୁସଫୁସ୍ କ୍ୟାନସରଠୁ ଦୂରେଇ ରହିବାକୁ ଚାହୁଁଛନ୍ତି କି ?


ସତ୍ୟଶିଖା ୧୬ .୦୮.୨୦୨୦ : ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଫୁସଫୁସରେ କ୍ୟାନସର ହୋଇଛି । ରିପୋର୍ଟ ମୁତାବକ ତାଙ୍କ ଫୁସଫୁସର କ୍ୟାନସର ଥାର୍ଡ଼ ଷ୍ଟେଜରେ ରହିଛି । ଯାହାର ଚିକିତ୍ସା ପାଇଁ ତାଙ୍କୁ ଖୁବ୍ ଶୀଘ୍ର ଆମେରିକା ଯିବାକୁ ପଡ଼ିପାରେ । ଡାକ୍ତରଙ୍କ କହିବା ଅନୁସାରେ ଏହି ଭୟଙ୍କର ରୋଗରୁ ବର୍ତ୍ତିବା ପାଇଁ ଧୂମପାନଠୁ ଦୂରରେ ରହିବାକୁ ଏବଂ ଉତ୍ତମ ଡାଏଟ ସେବନ କରିବା ଜରୁରୀ । ଏପରି କ୍ଷେତ୍ରରେ ଡାକ୍ତର ହାଇ ଫାଇବର ଯୁକ୍ତ ଫୁଡ ଡାଏଟରେ ସାମିଲ କରିବାକୁ ପରାମର୍ଶ ଦିଅନ୍ତି,ଯାହା ଫୁସଫୁସ କ୍ୟାନସରର ଆଶଙ୍କାକୁ କମ୍ କରିଥାଏ ।
୧. ଚିୟା ସିଡସ୍ : ପୋଷକ ତତ୍ତ୍ବରେ ଭରପୂର ଚିୟା ସିଡସ୍ ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ୧୦୦ଗ୍ରାମ୍ ଚିୟା ସିଡସରେ ୪୮୬କିଲୋ କ୍ୟାଲୋରୀ ରହିଥାଏ । ଏଥିରେ ୪୨.୧ଗ୍ରାମ୍ କାର୍ବୋହାଇଡ୍ରେଟ୍ ଏବଂ ୩୪.୪ ଗ୍ରାମ୍ ଫାଇବର ରହିଥାଏ ।
୨.ମକା : ବର୍ଷା ଦିନେ ଅଧିକ ପରିମାଣରେ ମକା ଖିଆଯାଇଥାଏ । ଏଥିରେ କୋଲେଷ୍ଟୋଲ୍ ଫାଇବର ଥାଏ ଯାହା ହୃଦୟ ଏବଂ ଫୁସଫୁସ ରୋଗୀଙ୍କ ପାଇଁ ଭଲ ହୋଇଥାଏ । ୧୦୦ଗ୍ରାମ୍ ମକାରେ ୧୪.୫ପ୍ରତିଶତ ଫାଇବର ରହିଥାଏ ।
୩.ବାଦାମ : ବାଦାମରେ ପ୍ରଚୁର ପରିମାଣରେ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ । ଏହା ଭିଟାମିନ୍ ଇ,ଜିଙ୍କ୍,କ୍ୟାଲସିୟମ୍,ମ୍ୟାଗ୍ନେସିୟମ ଏବଂ ଓମେଗା ୩ ଫ୍ୟାଟି ଏସିଡର ଉତ୍ତମ ସ୍ରୋତ । ଏହି ସମସ୍ତ ପୋଷକ ତତ୍ତ୍ବର ପୂରା ଫାଇଦା ମିଳିବା ପାଇଁ ଅନେକ ଲୋକ ଏହାକୁ ବତୁରାଇ ଖାଆନ୍ତି । ୧୦୦ଗ୍ରାମ୍ ବାଦାମରେ ଆପଣଙ୍କ ଶରୀରକୁ ୧୨.୫ପ୍ରତିଶତ ଫାଇବର ମିଳିଥାଏ ।
୪. ଓଟ୍ସ : ଓଟସ୍ କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନର ଭଲ ସ୍ରୋତ ଭାବେ ଜଣା ଯାଇଥାଏ । ଜଳଖିଆରେ ପ୍ରତିଦିନ ଓଟସ ସେବନ କରିବା ଦ୍ଵାରା ଅନେକ ରୋଗ ଦୂର ହୋଇଥାଏ । ୧୦୦ଗ୍ରାମ୍ ଓଟସରେ ଅର୍ଥାତ୍ ଏକ କପ୍ ଓଟସରେ ଶରୀରକୁ ୧୦.୬ପ୍ରତିଶତ ଫାଇବର ମିଳିଥାଏ ।
୫. ଚଣା : ଚଣା କିମ୍ବା ଚଣା ଡାଲି ଅଧିକାଂଶ ଲୋକ ଖାଇନଥାନ୍ତି କାରଣ କିଛି ଲୋକଙ୍କୁ ଏହା ଖାଇବା ଦ୍ଵାରା ପେଟ ଯନ୍ତ୍ରଣା ଏବଂ ଗ୍ୟାସ୍ ସମସ୍ୟା ହୋଇଥାଏ । କେତେକ ଲୋକ ଏହାର ସ୍ଵlଦ ପସନ୍ଦ କରି ନଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହା କେତେକ ରୋଗ ପାଇଁ ରାମବାଣ। ଏହା ଦ୍ଵାରା ଶରୀରରେ ଆଇରନ ଏବଂ କୋଲେଷ୍ଟୋଲ୍ ସମସ୍ୟା ଦୂର ହୋଇଥାଏ । ୧୦୦ଗ୍ରାମ୍ ଚଣାରେ ଶରୀରକୁ ୭.୬ପ୍ରତିଶତ ଫାଇବର ମିଳିଥାଏ ।
୬.ରାଜମା : ରାଜମାରେ ଉଚ୍ଚ ମାତ୍ରାରେ ଆଇରନ ଥାଏ,ଯେଉଁଥିପାଇଁ ଶରୀରକୁ ଅଧିକ ମାତ୍ରାରେ ଶକ୍ତି ମିଳିଥାଏ । ଶରୀରର ମେଟାବଲିଜମ ଏବଂ ଶକ୍ତି ପାଇଁ ଆଇରନ୍ ଜରୁରୀ ହୋଇଥାଏ ଯାହା ରାଜମା ଖାଇଲେ ପୂରଣ ହୋଇଥାଏ । ଏହା ସହିତ ଶରୀରରେ ଅକ୍ସିଜେନର ସର୍କୁଲେସନକୁ ମଧ୍ୟ ବଢ଼ାଇଥାଏ । ୧୦୦ଗ୍ରାମ୍ ରାଜମା ଖାଇବା ଦ୍ଵାରା ଶରୀରକୁ ୬.୪ପ୍ରତିଶତ ଫାଇବର ମିଳିଥାଏ ।
୭. ଡାର୍କ ଚକୋଲେଟ୍ : କୋକୋ ମଞ୍ଜିରୁ ପ୍ରସ୍ତୁତ ଚକୋଲେଟ୍ ଆଣ୍ଟି ଅକ୍ସିଡାଣ୍ଟର ସବୁଠୁ ଭଲ ସ୍ରୋତ । କେତେକ ଗବେଷଣାରୁ ଏହା ସାବ୍ୟସ୍ତ ହୋଇସାରିଛି ଯେ ଡାର୍କ ଚକୋଲେଟ୍ ଖାଇବା ଦ୍ଵାରା ସ୍ଵlସ୍ଥ୍ୟ ତ ଭଲ ରହିଥାଏ ଏହା ସହିତ ହୃଦୟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ୧୦୦ଗ୍ରାମ୍ ଡାର୍କ ଚକୋଲେଟରେ ୧୦.୯ଗ୍ରାମ୍ ଫାଇବର ରହିଥାଏ ଯାହା ଫୁସଫୁସ୍ ପାଇଁ ଭଲ ହୋଇଥାଏ ।