ଦେଶ

ଲାଲକିଲ୍ଲାରୁ ଚୀନର ବିସ୍ତାରବାଦ ନୀତିକୁ ମୋଦିଙ୍କ ସମାଲୋଚନା । ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱ : କହିଲେ କରୋନା ସଂକଟ କାଳରେ ଦେଶର ଯୁବ ଶକ୍ତିଙ୍କ ଅଦମ୍ୟ ଇଛାଶକ୍ତିରୁ ଦୂର ହୋଇପାରିଛି ଅନେକ ସମସ୍ୟା l

ସତ୍ୟଶିଖା ୧୫ .୦୮.୨୦୨୦ : ଚୀନର ନାଁ ନନେଇ ଦିଲ୍ଲୀର ଲାଲକିଲ୍ଲାରୁ ପଡୋଶୀକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ବିସ୍ତାରବାଦ ବିଚାରଧାରା ରଖୁଥିବା ଦେଶ ନିଜ ସୀମାର ବିସ୍ତାର ପାଇଁ ବହୁତ ପ୍ରୟାସ କରିଛନ୍ତି । ଏହି ଚିନ୍ତାଧାରା ଫଳରେ କେବଳ କିଛି ଦେଶକୁ ନିଜର ଗୋଲାମ କରି ରଖିଛନ୍ତି । ହେଲେ ଯୁଦ୍ଧ ଭଳି ପରିସ୍ଥିତି କିମ୍ବା ଭୟ ସୃଷ୍ଟି କଲାଭଳି ପରିବେଶରେ ମଧ୍ୟ ଭାରତ ତାର ସ୍ୱାଧୀନତା ପାଇଁ ଲଢେଇରେ କେବେ ନରମ ପଡିନାହିଁ ।

ନିକଟରେ ଲଦାଖ ସୀମାରେ ଚୀନ ସେନାର ଅନୁପ୍ରବେଶ ଉଦ୍ୟମ ପରେ ଭାରତୀୟ ସେନା ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାପରେ ଦିଲ୍ଲୀ ଲାଲକିଲ୍ଲାର ପ୍ରାଚୀରରୁ ପଡୋଶୀକୁ ମୋଦି କଡା ବାର୍ତା ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଥିଲା । ୪୭ ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଚୀନର ନାଁ ନନେଇ ଏହାର ବିସ୍ତାରବାଦୀ ନୀତିକୁ ତ୍ରୀବ୍ର ନିନ୍ଦା କରିଛନ୍ତି ।

 

Show More
Back to top button