ନ୍ୟୁଜ୍

କୋଭିଡ-୧୯ର ନିୟମକୁ ରଣପୁର ରେଞ୍ଜର ଶରତ କୁମାର ଶତପଥି ଖୁଲମ ଖୁଲା ଉଲଘଂନ କରିଛନ୍ତି l

ସତ୍ୟଶିଖା ( ନୟାଗଡ଼ ) ୧୪ .୦୮.୨୦୨୦ :  ଓଡିଶାରେ କରୋନା ଦିନକୁ ଦିନ କାୟାବିସ୍ତାର କରୁଥିବାବେଳେ ଏହାକୁ ପ୍ରତିହିତ କରିବା ପାଇଁ ସରକାର ନିୟମ କରିଛନ୍ତି  । କୋଭିଡ -୧୯ରେ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ମାସ୍କ ପିନ୍ଦିବା ନେଇ ବାଧ୍ୟ୍ୟତାମୂଳକ କରିଥିବା ବେଳେ ଏହାର ଏକ ଚିତ୍ର ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ବନବିଭାଗରେ  ।

ବନ ବିଭାଗର ପ୍ରମୁଖ ଅଧିକାରୀ ମାସ୍କ ଏବଂ ଦୂରତାକୁ ବ୍ୟବହାର ନକରି ସାଧାରଣ ଜନତାଙ୍କ ସହ କରୁଛନ୍ତି ବାର୍ତାଳାପ  । ପୁରାପୁରୀ କୋଭିଡ -୧୯ନିୟମର ଖୁଲମ ଖୁଲା ଉଲଘଂନ କରିଛନ୍ତି ରଣପୁର ବନ ଅଧିକାରୀ  । ଏ ସମ୍ପର୍କରେ ସାମ୍ବାଦିକ ପ୍ରତିନିଧିମାନେ ରେଞ୍ଜର ଶରତ କୁମାର ଶତପଥିଙ୍କୁ ପଚାରିବାରୁ ରାଗି ଯାଇ ସେମାନଙ୍କୁ ଖରାପ ବ୍ୟବହାର  କରିଥିବା ଦେଖିବାକୁ ମିଳିଛି । ଫଳରେ ଗଣମାଧ୍ୟମ ପ୍ରତିନିଧିମାନେ ରଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

Show More
Back to top button