ନ୍ୟୁଜ୍
ଆଜି ରାଜ୍ୟ କ୍ୟାବିନେଟ ବୈଠକ l


ସତ୍ୟଶିଖା ୧୨.୦୮.୨୦୨୦ : ଆଜି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଆଜି ସନ୍ଧ୍ୟା ସାଢ଼େ ୫ଟାରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ହେବ । ଯେଉଁ ମନ୍ତ୍ରୀମାନେ ଭୁବନେଶ୍ଵରରେ ଅଛନ୍ତି, ସେମାନେ ଲୋକସେବା ଭବନର ତୃତୀୟ ମହଲାରେ ଥିବା ଭିଡିଓ କନଫେରେନ୍ସିଂ ହଲରୁ ଓ ଯେଉଁ ମନ୍ତ୍ରୀମାନେ ନିଜ ଅଂଚଳରେ ଅଛନ୍ତି, ସେମାନେ ଜିଲ୍ଲାପାଳଙ୍କ ସମ୍ମିଳନୀ ପକ୍ଷରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବୈଠକରେ ଯୋଗଦେବେ । ସୂଚନାନୁଯାୟୀ, ଆଜି କ୍ୟାବିନେଟରେ ପଂଚାୟତିରାଜ୍, ସ୍ୱାସ୍ଥ୍ୟ, ପଂଚାୟତ ଓ ରାଜସ୍ୱ ଭଳି ବିଭାଗ ସମେତ ଅନ୍ୟ ବିଭାଗକୁ ମିଶାଇ ୧୮ଟି ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି ।